୨୯ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଦଶମ ତଥା ଉଦଯାପନୀ ସନ୍ଧ୍ୟା

୨୯ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଦଶମ ତଥା ଉଦଯାପନୀ ସନ୍ଧ୍ୟାରେ ସମ୍ୱର୍ଦ୍ଧନା ସଭାରେ ଅନୁଷ୍ଠାନର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ପ୍ରଫେସର ଡକ୍ଟର ଶ୍ରୀଯୁକ୍ତ ବୈଷ୍ଣବ ଚରଣ ସାମଲ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ ସମ୍ମାନନୀୟ ଅତିଥି ଭାବରେ, ଶ୍ରୀଯୁକ୍ତ ରାଜକିଶୋର ମିଶ୍ର, ଡକ୍ଟର ଜଟାଧାରୀ ମିଶ୍ର ମଞ୍ଚାସୀନ ଥିଲେ। ଚଳିତ ବର୍ଷ ପୁସ୍ତକ ମେଳା ମଞ୍ଚରେ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ, ଓଡିଶାର ଐତିହ୍ୟ ଓ ଅସ୍ମିତାର ନିଷ୍ଠାପର ସେବକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ମଞ୍ଚର ଛାଇ-ଆଲୁଅରେ ଜୀବନ ଓ ସମୟକୁ ଚରିତ୍ର ରୂପେ ଉପସ୍ଥାପନ କରୁଥିବା ମହାନ ଦୃଶ୍ୟକାବ୍ୟକାର ଶ୍ରୀଯୁକ୍ତ ଶଙ୍କର ତ୍ରିପାଠୀ, ବିଜୟିନୀ ପବ୍ଲିକେଶନ, କଟକଙ୍କୁ ପ୍ରକାଶକ ସାରସ୍ବତ ସମ୍ମାନ ସାରସ୍ବତ ସମ୍ମାନ ଏବଂ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ରଥଙ୍କୁ ଗବେଷକ ସୁନୀଲ ରଥ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅନାମ ଚନ୍ଦ୍ର ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ପରେ ପରେ ସଂପାଦକ ଚକ୍ରଧର ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ।ଏହି ଅବସରରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳାରେ ଆୟୋଜିତ ହୋଇଥିବା ଚିତ୍ରାଙ୍କନ ଓ ଭାଷାଜ୍ଞାନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଅନାମ ସାହୁଙ୍କ ରଚିତ ପୁସ୍ତକ “ଜ୍ୟୋତିଷ ଶାସ୍ତ୍ର ଓ ସୂଚନା ଭିତ୍ତିକ ବାର୍ତ୍ତା” ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସୁକାନ୍ତ ପଣ୍ଡା, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ପୁଷ୍କର ମହାପାତ୍ର, ସ୍ୱାଧୀନ କୁମାର ପଣ୍ଡା, ବିପିନ ବିହାରୀ ଦଳାଇ, ବୀରେନ୍ଦ୍ର ମହାନ୍ତି, ରଘୁନାଥ ମିଶ୍ର, ଗୀତାଞ୍ଜଳି ପଣ୍ଡା, ନାରାୟଣ ନନ୍ଦ, ବଦ୍ରି ମିଶ୍ର, ଶ୍ରୀକାନ୍ତ ମହାଂତି, ମିନତି ପଟ୍ଟନାୟକ, ଶ୍ୟାମପ୍ରକାଶ ସେନାପତି ପରିଚାଳନା କରିଥିଲେ। ଓଡ଼ିଶା ସଂଗୀତ ପରିଷଦର କଳାକାର ମାନେ ଗୁରୁ ଉର୍ମିଳା ପ୍ରଧାନଙ୍କ ନିର୍ଦ୍ଦେଶନା ଓ ମାଧବ ଶ୍ରୀନନ୍ଦନଙ୍କ ପରିଚାଳନାରେ ବୃନ୍ଦଗାନ ପରିବେଷଣ କରିଥିଲେ। ଶେଷରେ ସଂପାଦକ ଚକ୍ରଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *