କୋଶଳ କ୍ରୀଡା 2025 ଉଦଯାପନୀ ଉତ୍ସବ
କ୍ରୀଡାବିତ୍ ସମାଜର ସବୁଠାରୁ ଅଧିକ ସମ୍ମାନର ଅଧିକାରୀ. ଜଣେ କ୍ରୀଡାବିତ୍ ସମାଜର ସବୁଠାରୁ ଅଧିକ ସମ୍ମାନ ର ଅଧିକାରୀ ବୋଲି କୋଶଳ କ୍ରୀଡା 2025 ଉଦଯାପନୀ ଉତ୍ସବରେ ଆନ୍ତର୍ଜାତୀୟ ମାରାଥନ ଦୌଡରେ ରନର୍ ଡଃବିବେକ ରଞ୍ଜନ ତ୍ରିପାଠୀ ଯୋଗଦେଇ କହିଲେ ଯେ ପ୍ରତ୍ୟେକ ଖେଳରେ ସାହସ ର ସହିତ ଖେଳିବା ଆବଶ୍ୟକତା ବୋଲି କହିଥିଲେ. ଏଥିରେ ମୁମ୍ବାଇ ଶ୍ରଦ୍ଧା ଫାଉଣ୍ଡେସନର ଅଧ୍ୟକ୍ଷ ତଥା କୋଶଳ କ୍ରୀଡା ର ସଭାପତି କ୍ୟାପଟେନ କମଳାକାନ୍ତ ଚୌଧୁରୀ ପୌରହିତ୍ୟ କରି ପ୍ରତ୍ୟେକ ଛାତ୍ରଛାତ୍ରୀ ଶିକ୍ଷା ସହିତ କ୍ରୀଡା ର ପ୍ରତ୍ୟହ ଅଭ୍ୟାସ ଜାରି ରଖିଲେ ସେମାନେ ଜଣ ଜଣ ଆନ୍ତର୍ଜାତୀୟ ଖେଳାଳି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ.

ଏହି ଉତ୍ସବରେ କାର୍ଯ୍ୟକାରୀ ସଭାପତି ଆଭାସ କୁମାର ଚୌଧୁରୀ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ. ଏଥିରେ ସମ୍ମାନିତ ଅତିଥି ଭାବରେ ହକି ଇଣ୍ଡିଆ ଟିମର ଖେଳାଳି ରଞ୍ଜନ କୁମାର ଦାସ. ଓଡିଶା ଫୁଟବଲ ଟିମର ପୂର୍ବତନ କ୍ୟାପଟେନ ନରେନ୍ଦ୍ର ନାଥ ସାହୁ,ବିଶ୍ଵ ଓଡିଶା ମହାସଂଘ ର ଡାଃ ସୁରେନ୍ଦ୍ର ନାଥ ମହାପାତ୍ର,ଡାଃ ଅନଙ୍ଗ ଦ୍ବିବେଦୀ,ପୂର୍ବତନ ଜିଲାପରିଷଦ ଡେଜାଲିନି ମହାପାତ୍ର ,ଅବସରପ୍ରାପ୍ତ ସେବାଧିକାରୀ ଦିଲୀପ କୁମାର ରାୟ,ଅବସରପ୍ରାପ୍ତ ସେବାଧିକାରୀ ଲିଖିତ ଅଲି,ସୋମନାଥ ମହାରଣା,ଅଜୟ ସ୍ୱାଇଁ,ଗୌରବ ରାୟ,ସୁଧାଂଶୁ ଶେଖର ରାୟ,ପ୍ରମୂଖ ଯୋଗଦେଇ କ୍ରୀଡା ସମ୍ପର୍କୀୟ ଉପଦେଶ ଦେଇଥିଲେ. ଦୁଇ ଦିନ ଧରି ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତା ରେ 600 ରୁ ଉର୍ଦ୍ଧ ପ୍ରତିଯୋଗୀ ମାନେ 54 ଟି ବିଦ୍ୟାଳୟ ଯୋଗ ଦେଇଥିଲେ. ଏହି କାର୍ଯ୍ୟକ୍ରମ କୁ ଶିକ୍ଷାବିତ ପ୍ରଦୀପ କୁମାର ଆଚାର୍ଯ୍ୟ ପରିଚାଳନା କରିଥିଲେ ଏହି କ୍ରୀଡା ପ୍ରତିଯୋଗିତା ରେ କ୍ରୀଡା ପ୍ରଶିକ୍ଷକ ସଞ୍ଜୟ କୁମାର ସାହୁ,ମୁଖ୍ୟ କ୍ରୀଡା ଶିକ୍ଷକ ମହମ୍ମଦ୍ ଆଶିକ,ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜଜ ଭାବେ ଯୋଗଦେଇ ଥିଲେ. ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା.
ଜଗତ୍ସିଂହପୁର ରଘୁନାଥପୁର ବ୍ଲକ ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ
