ବିଜେପି ପ୍ରୋଟେଷ୍ଟ

ମମିତା ମେହେର୍ ହତ୍ୟାକାଣ୍ଡ ଘଟଣାରେ ସାରା ରାଜ୍ୟରେ ଏବେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି। ଆଜି ପୁରୀରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଏକ ବିଶାଳଶୋଭାଯାତ୍ରାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଓ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଦାବି କରି ଏସପି ଅଫିସ ଘେରାଉ କରିଥିଲେ।ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକାଇବାରୁ ବିଜେପି କର୍ମୀ ଓ ନେତାଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା ।ଏପରିକି କେତେକ ବିଜେପି କର୍ମୀ ପୋଲିସ ଉପରକୁ ଅଣ୍ଡାମାଡ଼ କରିଥିଲେ । ବିଜେପିର ବରିଷ୍ଠ ନେତୃବୃନ୍ଦ, ମହିଳା, ଯୁବକ ଓ ଛାତ୍ର କର୍ମକର୍ତ୍ତା ମାନେ ଏହି ବିକ୍ଷୋଭ ସମାବେଶରେ ସାମିଲ ହୋଇ ନବୀନ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେବାସହ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଇସ୍ତଫା ଦାବି କରିଥିଲେ। ରାଜ୍ୟ ସରକାର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ମମିତାଙ୍କ ହତ୍ୟା ଭଳି ସମ୍ବେଦନଶୀଳ ଘଟଣାରେ ଘଣ୍ଟ ଘୋଡାଉଥିବା ବେଳେ ପୋଲିସ୍ ବିଜେଡିର ହାତ ବାରିସି ସାଜିଥିବା ଅଭିଯୋଗ ହୋଇଛି। ତେବେ ଯେଉଁ ପର୍ଯ୍ୟନ୍ତ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଯାଇଛି ସେପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *