ବିଶ୍ୱମ୍ଭର ବିଦ୍ୟାପୀଠ 84ମାଟ୍ରିକ ବ୍ୟାଚର ପୌଷ ଆସର
ବିଶ୍ୱମ୍ଭର ବିଦ୍ୟାପୀଠ 84ମାଟ୍ରିକ ବ୍ୟାଚର ପୌଷ ଆସର l ବିଶ୍ୱମ୍ଭର ବିଦ୍ୟାପୀଠ84ବ୍ୟାଚର ପୌଷପୂର୍ଣ୍ଣିମା ଅବସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅଷ୍ଟଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଅଛି l ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ପ୍ରସାଦ ସେବନ,ଭୋରୁ ଭୋରୁ ଗୃହରେ ସ୍ୱାଦିଷ୍ଟ ଏକବର୍ଣ୍ଣି ଅନ୍ନ ସେବନର ମଉଜ ଓ଼ ବନ୍ଧୁ ଗୃହ ଭ୍ରମଣ, ତଥା ଭୋଜିର ଆସରଅତ୍ୟନ୍ତ ଆନନ୍ଦଦାୟକ ତଥା ଚିତ୍ତାକର୍ଷକ ହୋଇଥାଏ l ବିଶେଷ କରି ଏହି ମାସରେ ଠାକୁର ଦର୍ଶନ ରେ ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ଯାଗା ଆଖଡ଼ାରେ ପହିଲି ଭୋଗର ଆସର ଜମିଥାଏ l ଆଜିର ଦିନରେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କର ଅଭିଷେକ ହୋଇ ଥିଲା l ମା ‘ଲଷ୍ମୀ ପିତାଙ୍କ ଗୃହକୁ ଯାଇଥିବାରୁ ନିଜେ ମା “ଯୋଶାଦା ନିଜେ ଜଗନ୍ନାଥ, ବଡଠାକୁର ଆଦି ବିଗ୍ରହ ଙ୍କୁ ସ୍ନେହରେ ପ୍ରାତଃ କାଳରେ ସ୍ୱାଦିଷ୍ଟ ଭୋଜନ ଦେଇଥ’lନ୍ତି l

ଏହି ପରମ୍ପରା ଆବହ ମାନ କାଳରୁ ଗଡି ଆସୁଛି l ତାହା ହେଉଛି ପହିଲି ଭୋଗ l ଏହି ସମୟରେ ବିବାହିତl ଝିଅ ମାନେ ପିତାଙ୍କ ଗୃହକୁ ଯାଇ ମଜ୍ଜାନେଇଥ’ନ୍ତି l ଏହି କାର୍ଯ୍ୟକ୍ରମ ରେ ବିଶ୍ୱଜିତ, ଉଦୟ, ଅରୁଣ, ଡ଼ଃ ବଳରାମ, ମାଧବ, ସରୋଜ ଲୋକନାଥ, ପଦିଆ, ଲୁଲୁ, ଶଙ୍କର ସୁନୀଲ, ବୈକୁଣ୍ଠ, ବଇଦl, ଚିନ୍ମୟ,ମନ୍ମଥ,ଆଦି ଶତାଧିକ ବନ୍ଧୁ ଉପସ୍ଥିତ ଥିଲେ l..
