ଗଲ୍ପ ମାଧ୍ୟମରେ ସୃଜନଶୀଳ ସାହିତ୍ଯ ସ୍ରୁଷ୍ଟି ହୁଏ

୧୩- ୧- ୨୫ ଗଳ୍ପ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସୃଜନଶୀଳ ସାହିତ୍ୟ ସୃଷ୍ଟି ହୁଏ ବୋଲି ସ୍ମାର୍ଟ ଗ୍ରାମ କଲରାବାଙ୍କ ନୀଳିମାରାଣୀ ସଭାଗୃହ ରେ କଲରାବାଙ୍କ ହାଇସ୍କୁଲ ଓ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ଶିଶୁ ସାହିତ୍ୟର କ୍ରିତିକା ଉତ୍ସବର ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା କିଟ୍ କିସ୍ ସ୍ମାର୍ଟ ଗ୍ରାମ କଲରାବାଙ୍କ ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଯୋଗଦେଇ ଏହା କହିଥିଲେ। ଡ଼ଃ ଅଚ୍ୟୁତ ସାମନ୍ତ ଆହୁରି କହିଲେ ଯେ ଶିଶୁ ସାହିତ୍ୟ ରେ ମୁଁ ପିଲାଦିନେ ପଢ଼ିଥିଲି ଆ ଜହ୍ନମାମୁଁ ସରଗ ଶଶୀ … ବାଇ ଚଢେଇ ରେ ବାଇ ଚଢେଇ ତୋ ମାଆ ଯାଇଛି ଗାଈ ଚରେଇ ଇତ୍ୟାଦି ସାହିତ୍ୟ ହୃଦୟର କଥା କହେ , ସାହିତ୍ୟ ହୃଦୟକୁ ହୃଦୟ ସହିତ ଯୋଡି ଥାଏ ବୋଲି କହିବା ସହିତ ଗ୍ରାମାଞ୍ଚଳରେ ଏଭଳି ସାଧୁ ଉଦ୍ୟମ ଦ୍ବାରା ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକଶିତ ହୋଇପାରିବ ବୋଲି ଡଃ ଅଚ୍ୟୁତ ସାମନ୍ତ କହିଥିଲେ। ଏହି ଉତ୍ସବରେ ଅନ୍ୟତମ ଅଭିନେତା ବ୍ୟଙ୍ଗ କବି ଜ୍ଞାନ ହୋତା ଯୋଗଦେଇ ଭାବକୁ ଫୁଟାଇବା ପରଦା ଆବଶ୍ୟକ ବୋଲି କହିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ସାହିତ୍ୟିକ ବିଜୟ ମଲ୍ଲ ଯୋଗଦେଇ ଡିଜିଟାଲ ଦୁନିଆରେ ବହିର ଭବିଷ୍ୟତ କ’ଣ ଏକ ଗଭୀର ପ୍ରଶ୍ନ ବୋଲି କହିବା ସହିତ ଆଗାମୀ ୫୦ ବର୍ଷ ପରେ ବହି ନଥିବ ବୋଲି କହିଥିଲେ। ଡିଜିଟାଲ ମାଧ୍ୟମରେ ପୁସ୍ତକ ପତ୍ରିକା ପ୍ରକାଶ ପାଇବ । ଏଥିରେ ଅନ୍ୟତମ ଅତିଥି ଭାବେ ସଙ୍ଗୀତଜ୍ଞ ଅରୁଣ ମନ୍ତ୍ରୀ କୋୖଣସି ସୃଷ୍ଟି ଖରାପ ନୁହେଁ , ଆମ ଦୃଷ୍ଟି ଖରାପ ବୋଲି କହିଥିଲେ। ଏଥିରେ କଳିଙ୍ଗ ଟିଭିର ପରିଚାଳନା ନିର୍ଦ୍ଦେଶକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ପୈାରହିତ୍ୟ କରି ପାଠକ ନ ଥିଲେ ସାହିତ୍ୟ ଗଳ୍ପ , କବିତା , ଉପନ୍ୟାସ ନାହିଁ ବୋଲି କହିଥିଲେ। ଏହି ଉତ୍ସବରେ ଚଳଚ୍ଚିତ୍ର ଅଭିନେତ୍ରୀ ସୂର୍ଯ୍ୟମୟୀ ଅଭିନେତ୍ରୀ ଶୁଭଶ୍ରୀ ଜେନା , ପ୍ରଯୋଜକ ସଚ୍ଚିକାନ୍ତ ଜେନା , ଅଭିନେତ୍ରୀ ସମରେଶ ରାଉତରାୟ , ସହ ନିର୍ଦ୍ଦେଶକ ପ୍ରଣୟ ସେଠୀ ପ୍ରମୁଖ ଯୋଗଦେଇ ପୁସ୍ତକ ଓ ପରଦା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏଥିରେ ନିଳିମାରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସାମନ୍ତ ସ୍ବାଗତ ଭାଷଣ ଦେଇଥିବା ବେଳେ ଗ୍ରାମ କମିଟି ସଭାପତି ଅଞ୍ଜନ କୁମାର ସାମନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ। କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ କଲରା ବାଙ୍କ ହାଇସ୍କୁଲ ର ଚେୟାରପର୍ସନ, କାଦମ୍ବିନୀ କୁନିକଥା ର ସମ୍ପାଦକ ଓ ସାହିତ୍ୟିକା ଇତି ସାମନ୍ତ ଏହି ଉତ୍ସବ ପରିଚାଳନା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗଳ୍ପ, କବିତା ହସ୍ତଲିଖନ ,ଏକକ ଅଭିନୟ ଓ ବିଭିନ୍ନ ନୃତ୍ୟ ପ୍ରତି ଯୋଗିତାରେ ଛାତ୍ର ଛାତ୍ରୀମାନଙ୍କୁ ଅଚ୍ୟୁତ ସାମନ୍ତ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଏହି ଉତ୍ସବକୁ କଲାରବାଙ୍କ ହାଇସ୍କୁଲ ପ୍ରଧାନ ଶିକ୍ଷକ ଜଚିନ୍ଦ୍ର ଲେଙ୍କା, କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଧ୍ୟକ୍ଷ ବିୟତ ବିହାରିମିଶ୍ର,ଏସଡିଓ ବାନାମ୍ବରଜେନା, ପ୍ରଶାସନ ଅଧିକାରୀପ୍ରମୁଖ ପରିଚାଳନାକରିଥିଲେ.

ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *