ନିଶାସକ୍ତ ଅବସ୍ଥାରେ ବଉଲାଙ୍ଗ ରାଜସ୍ୱ ନିରୀକ୍ଷକଙ୍କ ତାଣ୍ଡବ
ଗୋପ: ୧୪:୧/୨୫ଆଜି ଦିବା ୧୧ଘଟିକା ସମୟରେ ପ୍ରବଳ ମାତ୍ରାରେ ନିଶାଶକ୍ତ ଅବସ୍ଥାରେ ବିଳମ୍ବରେ କାଯ୍ୟଳୟ କୁ ଆସନ୍ତି ବଉଲାଙ୍ଗ ରାଜସ୍ୱ ନିରୀକ୍ଷକ ମାର୍ଶାଲ ପ୍ରଧାନ. ପ୍ରକାଶଥାଉ କି ବଉଲାଙ୍ଗ ରାଜସ୍ବ ଅଂଚଳରେ ଥିବା ଚାଷୀ ମାନେ ନିଜର କାଯ୍ୟ ପାଇଁ ଯଥା ଜମିର ପାଉତି କାଟିବା, ଫସଲ କ୍ଷୟକ୍ଷେତି ବିଷୟରେ ଆଲୋଚନା କରିବା ପାଇଁ କାର୍ଯ୍ୟାଳୟ ରେ ଘଣ୍ଟା ଘଣ୍ଟା ସମୟ ଆରାଇ ଙ୍କୁ ଅପେକ୍ଷା କରିବାରେ ଆରାଇ ଙ୍କ ଦେଖା ନ ମିଳିବାରେ ଫଳରେ ଜଣ ଅସନ୍ତୋଷ ପ୍ରକାଶ ହୋଇଛି. ଆରାଇ ସରକାରଙ୍କ ନିୟମକୁ ଉଲଘଂନ କରି ନିଜ ଇଚ୍ଛାରେ ନିଶାଶକ୍ତ ହୋଇ ବିଳମ୍ବରେ ଆସି ଜନସାଧାରଣ ସହିତ ଯୁକ୍ତି ତର୍କ କରି ଧକ୍କା ମାରିବା, ଧମାକାଇବା ଓ ସରକାରଙ୍କୁ ଭାର୍ଚନା କରିବା କାରନାମା କରିଛନ୍ତି. କୁହନ୍ତି ଯେ ସରକାର କିଏ ମୋ ଇଚ୍ଛାରେ ସବୁ ଚାଲିବ. ଏହି ସଂଗୀନ ଘଟଣା ସାମାଜିକ ଗଣମାଧ୍ୟମରେ ଫୋନ କୁ ଫୋନ ଘୁରି ବୁଲୁଚି. ଏହିପରି ଅନେକ ଥର ଏହା ପୂର୍ବରୁ କାରନାମା କରିଛନ୍ତି ବୋଲି ନଜିର ରହିଛି. ଏହି ଘଟଣାକୁ ବଉଲାଙ୍ଗ ର ପୂର୍ବତନ ସରପଞ୍ଚ କମଳକାନ୍ତ କୂଅର ଘୋର ବିରୋଧ କରିବା ସହିତ ଗୋପ ତହସିଲଦାର, ପୁରୀ ଜ଼ିଲ୍ଲାପାଳ, ଓ ରାଜସ୍ବ ବିଭାଗ ମନ୍ତ୍ରୀ, ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଅଞ୍ଚଳବାସି ଦାବି କରିଛନ୍ତି.
