ଟିକିରି ବନ ବିଭାଗ କୁ ମିଳିଛି ବଡ଼ ସଫଳତା
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ରେଞ୍ଜ ବନାଞ୍ଚଳ ବିଭାଗ କୁ ସୋମବାର ରାତି ରେ ଏକ ବଡ଼ ସଫଳତା ମିଳିଥିବା ଜଣାପଡିଛି । ଯାହା ଏକ କାଠ ଚୋର ଚାଲାଣ ଘଟଣା ରେ ବହୁମୂଲ୍ୟ କାଠ ସହ ଦୁଇ ଅଭିଯୁକ୍ତ ଓ ଗୋଟିଏ ମେକ୍ସ୍ ପୀକଅପ ଭେନ କୁ ଟିକିରି ବନ ବିଭଗ ଜବତ କରିଥିବା ଜଣାପଡିଛିବିଭାଗୀୟ ସୂଚନା ପ୍ରକାରେ ଅଞ୍ଚଳ ର ଲେଲିଗୁମା ସଂରକ୍ଷିତ ଜଙ୍ଗଲ ରେ ବିଭାଗ ପକ୍ଷରୁ ଏକାଧିକ ଚଡ଼ାଉ ରେ ଏବଂ ଗିରଫ/ଜବତ ପରେ ମଧ୍ୟ କାଠ ଚୋର ଙ୍କର ପ୍ରଦୁର୍ଭାଵ ବଢି ଚାଲିଥିବାବେଳେ ଦୁର୍ବୁତ୍ତ ଙ୍କର ମାତ୍ରାଧିକ ପ୍ରଦୁର୍ଭାଵ ରେ ବିଭାଗ ର ନିଦ କୁ ହଜାଇଦେଇଛନ୍ତି । ସେହି କ୍ରମ ରେ ଏକ ପୂର୍ବ ସୂଚନା ପାଇ ବିଭାଗ ପକ୍ଷରୁ ସୋମବାର ରାତିରେ ଏକ ୧୦ ଜଣିଆ ଟିମ ଗଠନ କରି ଦୁର୍ବୁତ୍ତ ଙ୍କୁ ରଙ୍ଗ ହାତରେ ଧରିବାକୁ ଜାଲ ବିଛା ଯାଇଥିଲା । ଘଟଣା ସମୟରେ ଉକ୍ତ ଟିମ ପୂର୍ବରୁ ଛପି ରହି ଥିବା ବେଳେ ଲେଲିଗୁମା ସଂଗ୍ରକ୍ଷିତ ଜଙ୍ଗଲ ପଟରୁ ଏକ ମେକ୍ସପିକଅପ ଭ୍ୟାନ ଆସୁଥିବା ଦେଖି ମାଣ୍ଡି ଗୁଡା ନିକଟରେ ଅଟକ ରଖି ଯାଞ୍ଚ କରିଥିଲେ । ସେଠାରେ ଓଡ଼ି୧୮/ଏମ୯୦୦୨ ନମ୍ବର ଯୁକ୍ତ ମେକ୍ସ ପିକଅପ ଭ୍ୟାନ ରେ ଚୋରା ଚାଲାଣ କରାଯାଉଥିବା ୬୦ ଟି ପିଆ ଶାଳ ସାଇଜ କାଠ ଓ ୧୨ଟି କାଠ ପଟା ପ୍ରାୟ ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ଦେଖିବାକୁ ମିଳିଥିଲା । ସମ୍ପୃକ୍ତ ଘଟଣା ରେ ଡ୍ରାଇଭର ଚମ୍ପଟ ମାରି ଫେରାର ହେଇଯାଇଥିବା ବେଳେ କାଶୀପୁର ଥାନା ଅଞ୍ଚଳ ଖୁରିଗାଁ ରୁ ଦୁଇଜଣ ଅଭିଯୁକ୍ତ ଙ୍କୁ ବିଭାଗ କର୍ମଚାରୀ କାବୁ। କରି ଅଟକ ରଖିଥିବା ସହ ବ୍ୟବହୃତ ଗାଡି ଓ କାଠ କୁ ଟିକିରି ବନାଞ୍ଚଳ କାର୍ଯ୍ୟାଳୟ ରେ ଜବତ ରଖିଛି । ଆଜି ଅଭିଯୁକ୍ତ ଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ
