ଭତ୍ତା ପ୍ରଦାନ ପାଇଁ ବନ୍ଦୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ
୨୫ ଜୁନ ୧୯୭୫ ରୁ ୨୧ ମାର୍ଚ ୧୯୭୭ ମଧ୍ୟରେ ଏମ୍.ଆଇ.ଏମ୍.ଏ. (ଦି ମେଣ୍ଟେନାନସ୍ ଅଫ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ ୧୯୭୧) ଡି. ଆଇ.ଆଉ (ଦି ଡିଫେନ୍ସ୍ ଅଫ ଇଣ୍ଡିଆ ଗୁଲସ୍) ଏବଂ ଜି.ଆଇ. ଏସ୍.ଆଇ.ଆର୍ (ଦି ଡିଫେନସ୍ ଆଶ ଇଣ୍ଟରନାଲ ସିକ୍ୟୁରିଟି ଅଫ୍ ଇଣ୍ଡିଆ ରୁଲସ୍) ଅନୁଯାୟୀ ଓଡ଼ିଶାରେ କାରାବରଣ କରିଥିବା ଏବଂ ୧ ଚାନୁୟାରୀ ୨୦୨୫ ସୁଦ୍ଧା ଜୀବିତ ଥିବା ଚନ୍ଦୀ ମାନଙ୍କୁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଜିଲ୍ଲା ପ୍ରଶାସନ ଜରିଆରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଚିହ୍ନଟ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଜମିଟି ଜରିଆରେ ଅନୁମୋଦିତଯୋଗ୍ୟହିତାଧୁକାରୀମାନଙ୍କୁ ୧ ଜାନୁୟାରୀ ୨୦୨୫ ରୁ ଏହି ଭଲା ପ୍ରଦାନ କରାଯିବା ପାଇଁ ସୂଚନା ପ୍ରଦାନ କରାଯାଇଛି । ସେମାନଙ୍କୁ ନିଃଶୁକ୍ଳ ଚିକିତ୍ସା ସେବା ମଧ୍ୟ ପ୍ରଦାନ କରାଯିବ । ଏଥିପାଇଁ ଆବେଦନକାରୀମାନେ ଉଦ୍ଧିଷ୍ଟ ଫର୍ମରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବେଦନ କରିବେ । ଧାର୍ଯ୍ୟ ଅବଧୂ ଓ ଉଦ୍ଦେଶ୍ୟରେ କାରାବରଣ କରିଥିବା ପ୍ରମାଣ ସ୍ୱରୂପ ଆବଶ୍ୟକ କାଗଜାଦି ଏବଂ ୩ ଜଣ ବିଶିଷ୍ଟ ସହ ବନ୍ଦୀଙ୍କ ନାମ, ଆଫିଡେରିଟ୍ ଆଦି ଦରଖାସ୍ତ ସହ ଦାଖଲ କରିବାକୁ କୁହାଯାଇଛି ।

ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ଜାନୁୟାରୀ ୨୬ ରେ ଶୁଭାରମ୍ଭ କରାଯିବା ନେଇ ଘୋଷଣା କରାଯାଇଛି । ଏହାପରେ ମଧ୍ୟ ଦରଖାସ୍ତ ଗ୍ରହଣ କରାଯିବ । ଜିଲ୍ଲା ପ୍ରଶାସନ ଦ୍ୱାରା ଗଠିତ କମିଟି ଦ୍ୱାରା ଚିହ୍ନଟ ଦରଖାସ୍ତ ରାଜ୍ୟ ସ୍ତରକୁ ପ୍ରେରଣ କରାଯିବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ତରରେ ଆଭାସି ଜରିଆରେ ଅନୁଷ୍ଠିତ ବୈଠକ ପରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ସାମ୍ବାଦିକ ସାକ୍ଷାତକାର ଜରିଆରେ ଏହି ଯୋଜନାର କାର୍ଯ୍ୟକାରୀତା, ଆବେଦନ ପକ୍ରୀୟା, ଯୋଗ୍ୟ ହିତାକାରୀ ଆଦି ସମ୍ବନ୍ଧରେ ପ୍ରଗର ପ୍ରସାର ପାଇଁ ବାର୍ତା ପ୍ରଦାନ କରିଥିଲେ । ଭଦ୍ରକ ଜେଲର ଚେତନା ପାତ୍ର, ଅତିରିକ୍ତ ଏସ୍.ପି. ଅରୂପ ଅଭିଷେକ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଓସ୍ୱାନ୍ ହଲ୍ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଆରାସି ବୈଠକରେ ଉପସ୍ଥିତ ଥିଲେ ।
