ଦିବ୍ୟ ଜୀବନ ସଙ୍ଘ ସୋରଡ଼ା ଶାଖା ର ୨୯ ତମ ବାର୍ଷିକ ଉତ୍ସବ

ଗଞ୍ଜାମ ସୋରଡ଼ା ର ଦିବ୍ୟ ଜୀବନ ସଂଘ ସୋରଡ଼ା ଶାଖା ଠାରେ ୨୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ବିଗ୍ରହ ରେ ପୁଷ୍ପ ମାଲ୍ୟାର୍ପଣ କରି ସଂଘ ର ସଦସ୍ୟ ମାନଙ୍କ ଦ୍ଵାରା ପ୍ରତ୍ୟ ସମୟରେ ପ୍ରଭାତ ଫେରି ଗୁରୁ ପାଦ ପୂଜା ଭାଗବତ ଗୀତା ପାଠ ଓ ଗୁରୁ ଙ୍କ ବାଣୀ ଆଲୋଚନା କରାଯାଇଥିଲା l ଓ ଭଜନ କୀର୍ତ୍ତନ ସହ ହନୁମାନ ଚାଳିଶା ପାଠ କରି ସଂଘ ର ବରିଷ୍ଟ ସଦସ୍ୟ ବା ସଂଘ ର ଫାଉଣ୍ଡର ମେମ୍ବର ଶ୍ୟାମ ସୁନ୍ଦର ରଣସିଂ ଓ ଉପଦେଷ୍ଟା ସୁବାସ ପଣ୍ଡା , ପ୍ରଦୀପ ପାତ୍ର , ସଭାପତି ସୁଧାକର ପତ୍ର,ସମ୍ପାଦକ ବି ପ୍ରଶାନ୍ତ କୁମାର ପାତ୍ର, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ,ଦେବରାଜ ମଲ୍ଲିକ,ଭାଗବତ ବେହେରା ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ସଂଘ ର ସଭାପତି ସୁଧାକର ପତ୍ର ଙ୍କ ଦ୍ଵାରା ଆଜିର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ତାଙ୍କ ସହ ସଂଘର ସମ୍ପାଦକ ବି ପ୍ରଶାନ୍ତ କୁମାର ପାତ୍ର ଓ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ ଓ ଅନ୍ୟାନ୍ୟ ସଦସ୍ୟ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଶେଷରେ ସମସ୍ତେ ପ୍ରସାଦ ସେବନ କରି ଭାଗବତ କୃପଲାଭ କରିଥିଲେ l

ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *