ମାର୍ଶାଲ ପ୍ରଧାନ ଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ
ପୁରୀ ୧୫/୧ ଗୋପ ତହସିଲ ବଉଳାଙ୍ଗ ରାଜସ୍ୱ ଇନିସପେକ୍ଟର ବା ଆର ଆଇ ଭାବେ କାର୍ଯ୍ୟ କରୁଥିବା ମାର୍ଶାଲ ପ୍ରଧାନ ଙ୍କୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆଜି ନିଲମ୍ବନ ବା ସସପେଣ୍ଡ କରିଛନ୍ତି।ଶ୍ରୀ ପ୍ରଧାନ କାର୍ଯ୍ୟାଳୟ ପରିସରରେ ମାଦକ ଦ୍ରବ୍ଯ ସେବନ ଓ ଲୋକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣା ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ପ୍ରଦର୍ଶିତ ହେବା ପରେ ଉପ ଜିଲ୍ଲାପାଳ ଙ୍କ ତଦନ୍ତ ରିପୋର୍ଟ ଆଧାର ରେ ଜିଲ୍ଲାପାଳ ମାର୍ଶାଲ ପ୍ରଧାନ ଙ୍କୁ ନିଲମ୍ବିତ କରିବା ସହ ନିଲମ୍ବନ ସମୟରେ ତାଙ୍କ ହେଡ କ୍ବାଟର କୃଷ୍ଣ ପ୍ରସାଦ ତହସିଲ କୁ ଧାର୍ଯ୍ୟ କରାଯାଇଛି।ତହସିଲଦାର କୃଷ୍ଣ ପ୍ରସାଦ ଙ୍କ ବିନା ଅନୁମତିରେ ହେଡ କ୍ବାଟର ନ ଛାଡିବାକୁ ମାର୍ଶାଲ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
