ଚାଷୀ ତଥା ଭାଗଚାଷୀଙ୍କ ସମସ୍ୟା ନେଇଆର. ଡି. ସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବ୍ରହ୍ମପୁର – ଓଡ଼ିଶା କୃଷକ ସଭା,ଗଞ୍ଜାମ ଜିଲ୍ଲା କମିଟି ତରଫରୁ ବ୍ରହ୍ମପୁର ରେ ପଟୁଆର ଏବଂ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି ।କୃଷକ ଆତ୍ମହତ୍ୟା ର ପ୍ରତିକାର, ମୃତକ କୃଷକ ପରିବାର କୁ ୨୦ଲକ୍ଷ ଟଙ୍କା କ୍ଷତି ପୂରଣ,ଅଦିନିଆ ବର୍ଷା ଜନିତ ଫସଲ କ୍ଷତି ପାଇଁ ଚାଷୀ/ଭାଗଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବା,ଆବଶ୍ୟକ ଅନୁଯାୟୀ ମଣ୍ଡି ଖୋଲିବା,କ୍ଵିଣ୍ଟାଲ ପ୍ରତି ୩୧୦୦/ ଟଙ୍କା ରେ ଚାଷୀ ର ସବୁ ଧାନ କ୍ରୟ କରିବା ଏବଂ କୃଷକ ମାନଙ୍କୁ ଋଣ ରୁ ମୁକ୍ତି ପାଇଁ ପଟୁଆର ଏବଂ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଆର ଡି ସି ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ବିକ୍ଷୋଭ ରେ ଗଞ୍ଜାମ ଜିଲ୍ଲା କୃଷକ ସଭା ସଭାପତି ପି.ହରିକୃଷ୍ଣ ରେଡି ,ସିପିଏମ୍ ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକ,ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, କୈଳାଶ ଷଡଙ୍ଗୀ, ହରୀକୃଷ୍ଣ ରେଡି, ବିଦ୍ୟାଧର ଜେନା, ରାମଚନ୍ଦ୍ର ନାୟକ, ଦିଲିପ ଛୋଟରାୟ, ପ୍ରତାପ ଚୌଧୁରୀ ଙ୍କ ସହ ଜିଲ୍ଲାର ବହୁ ଚାଷୀ, ଭାଗଚାଷୀ, ମହିଳାମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *