ବ୍ଲକ ସ୍ତରୀୟ କାଉନସେଲିଂ କ୍ୟାମ୍ପ ଆୟୋଜନ ବୈଠକ ଅନୁଷ୍ଠିତ

ପୁରୀ ୧୭/୧ ଯୁବ ବର୍ଗଙ୍କୁ କର୍ମ ନିଯୁକ୍ତି ଦେବା ସହ ସେମାନଙ୍କ ଦକ୍ଷତା ର ବିକାଶ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି।ଏହାକୁ କାର୍ଯ୍ଯନ୍ୱୟନ କରିବା ସହ ବ୍ୟାପକ ସଚେତନତା ମାଧ୍ୟମରେ ଆଶାୟୀ ଙ୍କୁ ଅବଗତ କରାଇବା ସମ୍ପର୍କରେ ପ୍ରଶାସନ ଗୁରୁତ୍ୱ ଦେଇଛି।ଆଜି ଅପରାହ୍ନ ରେ ଓସୱ୍ବାନ ସମ୍ମିଳନୀ କକ୍ଷରେ ଏହି ଶିବିର ଆୟୋଜନ ପାଇଁ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଏଥିରେ ଅଧ୍ୟକ୍ଷତା କରିବା ସହ ଯୁବ ବର୍ଗ ମାନଙ୍କୁ କର୍ମ ନିଯୁକ୍ତି ଦେବା ଓ ଉଦ୍ୟୋଗୀ କରାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଥିଲେ।ବର୍ତ୍ତମାନ ର ଯୁବ ପିଢୀ ଦକ୍ଷତା ପୂର୍ଣ୍ଣ ଓ ବୈଷୟିକ ଜ୍ଞାନ ରେ ଅଭ୍ୟସ୍ତ ଥିବାରୁ ସେମାନଙ୍କ ଉପଯୋଗୀ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା।ପ୍ରତ୍ୟେକ ବ୍ଲକରେ କାଉନସେଲିଂ ମାଧ୍ୟମରେ ସେମାନ ଙ୍କୁ ସଚେତନ ଓ ସକ୍ଷମ କରିବା।ଯାହା ଫଳରେ ସାମାଜିକ ଶୃଙ୍ଖଳା ସହ ପ୍ରତ୍ୟେକ ଆର୍ଥିକ ସମୃଦ୍ଧି ରେ ସାମିଲ ହୋଇ ପାରିବେ ବୋଲି କହିଥିଲେ।ଏହି ଆଭାସୀ ବୈଠକରେ ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି,ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ,ଆଭାସୀ ମାଧ୍ୟମରେ ସମସ୍ତ ବ୍ଲକର ବିଡ଼ିଓ ପ୍ରମୁଖ ଯୋଗ ଥିଲେ।ପ୍ରାରମ୍ଭରେ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀ ସୁବାସ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି କାଉନସେଲିଂ ସମସ୍ତ ବ୍ଲକ ସଦର ମହକୁମା ରେ ଆୟୋଜିତ ହେବ।ଜାନୁଆରୀ ୨୭ ତାରିଖ ଅସ୍ତରଙ୍ଗ ବ୍ଲକରେ,ଜାନୁଆରୀ ୨୮ ତାରିଖରେ କାକଟପୁର, ଫେବୃୟାରୀ ୧ ତାରିଖରେ ନିମାପଡା , ଫେବୃୟାରୀ ୫ ତାରିଖରେ ଗୋପ,ଫେବୃୟାରୀ ୩ ତାରିଖରେ ପିପିଲି, ଫେବୃୟାରୀ ୪ ତାରିଖରେ ଡେଲାଙ୍ଗ, ଜାନୁଆରୀ ୨୯ ତାରିଖରେ ସତ୍ୟବାଦୀ, ଜାନୁଆରୀ ୩୧ ତାରିଖରେ କଣାସ, ଜାନୁଆରୀ ୩୦ ତାରିଖରେ ପୁରୀ ସଦର, ଫେବୃୟାରୀ ୬ ତାରିଖରେ ବ୍ରହ୍ମଗିରି ଓ ଫେବୃୟାରୀ ୭ ତାରିଖରେ କୃଷ୍ଣ ପ୍ରସାଦ ବ୍ଲକରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *