ନଦୀରେ ବୁଡି ଯୁବକର ମୃତ୍ୟୁ
ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରା ପଞ୍ଚାୟତର ଗୁଣ୍ଡିଚାନାଳି ସ୍ଥିତ ରମିୟାଳ ନଦୀରେ ଶନିବାର ଜଣେ ଯୁବକ ବୁଡିଯାଇ ମୃତ୍ୟୁ ହୋଇଥିବାର ଜଣାଯାଇଛି l କାମାକ୍ଷାନଗର ସହରର ଜଗନ୍ନାଥ ବଜାର ସ୍ଥିତ ଟଙ୍କଧର ସେଠୀଙ୍କ ପୁଅ ସୁରେଶ (50) ଆଜି ପରିବାର ସହିତ ଗୁଣ୍ଡିଚାନାଳୀ ପର୍ଯ୍ୟଟନ ସ୍ଥଳୀ କୁ ଭୋଜି କରିବାକୁ ଯାଇଥିଲେ l ସେଠାରେ ଗାଧୋଉ ଥିବା ବେଳେ ପାଣିରେ ବୁଡ଼ିଯାଇଥିଲେ l ପାଖରେ ଥିବା କେତେକ ଲୋକ ସୁରେଶ ଙ୍କୁ ପାଣିରୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଏହି ଖବର ପ୍ରଚାର ହେବା ପରେ ବଜାର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l
