ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଉଦଘାଟିତ
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରାହମା RMC ଠାରେ ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଉଦ୍ଘାଟିତ ହୋଇ ଯାଇଛି । ରାହମା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପାରାଦ୍ୱୀପ ବିଧାୟକ ତଥା ରାଜ୍ୟ ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜିଲ୍ଲାପାଳ ଜେ. ସୋନାଲ, ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ସୁଜାତା ମିଶ୍ର ପ୍ରମୁଖ ଯୋଗ ଦେଇ ମଣ୍ଡି ଉଦଘାଟନ କରିଥିଲେ । ଜିଲ୍ଲାରେ ମୋଟ 8ଟି ବ୍ଲକରେ 115 ଟି ମଣ୍ଡି ଖୋଲା ଯିବାକୁ ଥିବାବେଳେ ଆଜି କୁଜଙ୍ଗ, ତିର୍ତ୍ତୋଲ ଓ ରଘୁନାଥପୁର ବ୍ଳକରେ ମଣ୍ଡି ଖୋଲିବା ସହିତ ଆସନ୍ତା 21ତାରିଖରେ ବାକି ଥିବାସ 5ଟି ବ୍ଲକରେ ସମସ୍ତ ମଣ୍ଡି ଖୋଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସମସ୍ତ ମଣ୍ଡି ରେ ସିସିଟିଭି ବ୍ୟବସ୍ଥା କରାଯାଇ ଥିବା ବେଳେ ପ୍ରତି ମଣ୍ଡି ପାଇଁ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତି ଦିଆଯାଇଛି । ତେବେ ସମସ୍ତ ମଣ୍ଡି ରେ ସ୍ୱଚ୍ଛତା ରହିବା ସହିତ ଚାଷୀ ମାନେ ଠିକ ସମୟରେ କିପରି ତାଙ୍କର ଧାନର ମୂଲ୍ୟ ପାଇପାରିବେ ସେ ସବୁ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଜିଲ୍ଲାରେ 106 ଟି ପ୍ରାଥମିକ କୃଷି ସମବାୟ ସମିତି ଓ 9ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଜଗତସିଂହପୁରରୁ ରୀତା ସାହୁ
