ଜର୍ଣ୍ଣାଲିଷ୍ଟ କାଉନସିଲ ଅଫ ଇଣ୍ଡିଆ ତରଫରୁ ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।
ଭୁବନେଶ୍ୱର:ଜର୍ଣ୍ଣାଲିଷ୍ଟ କାଉନସିଲ ଅଫ ଇଣ୍ଡିଆ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ରାଜଧାନୀ ଭୁବନେଶ୍ଵର ଗୀତ ଗୋବିନ୍ଦ ସଦନରେ ସକାଳ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକତା ମାନଙ୍କୁ “ସାମ୍ବାଦିକତା ଉତ୍କର୍ଷ ପୁରସ୍କାର” ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ରୂପରେ ବରିଷ୍ଠ ସାମ୍ବାଦିକ ଅରୁଣ ଦାସ, ମେଟ୍ରୋ ଗ୍ରୁପ୍ ର ପରିଚାଳକ ସମ୍ପାଦକ ଶ୍ରୀ ପିଉସ ମହାନ୍ତି, ଓ ଓଡ଼ିଶା ରଇପୋର୍ଟର ର ମୁଖ୍ୟ ସମ୍ପାଦକ ଶ୍ରୀ ସ୍ଵାଧୀନ କୁମାର ରାଉତ ଯୋଗଦାନ ଦେଇ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିଥିଲେ।ଜର୍ଣ୍ଣାଲିଷ୍ଟ କାଉନସିଲ ଅଫ ଇଣ୍ଡିଆ ସଂଗଠନ ସର୍ବଦା ସାମ୍ବାଦିକମାନଙ୍କୁ ସମ୍ମାନ ଦେବାକୁ ପ୍ରସ୍ତୁତ, ଯଦି ଜିଲ୍ଲା ତହସିଲ ମଣ୍ଡଳ ରାଜ୍ୟରେ କୌଣସି ସାମ୍ବାଦିକଙ୍କୁ ହଇରାଣ କରାଯାଏ, ତେବେ ପୂର୍ଣ ରିପୋର୍ଟ ଗ୍ରହଣ କରିବା ପରେ, ଆମର ସଂଗଠନ ସାମ୍ବାଦିକଙ୍କୁ ନ୍ୟାୟ ପାଇବା ପାଇଁ ଏକ ନିର୍ଣ୍ଣାୟକ ସଂଘର୍ଷ କରେ।
