ଅଦିନିଆ ବର୍ଷା ଫଳରେ ଫସଲ ନଷ୍ଟ

ଅଦିନିଆ ବର୍ଷା ଫଳରେ ଫସଲ ନଷ୍ଟ ହୋଇଥିବା ବ୍ରହ୍ମଗିରି ବ୍ଲକର କ୍ଷତିଗ୍ରସ୍ତ ଚାଷୀଙ୍କ ହକ ପାଇଁ ଆଜି ଦିନ ୧୧ ଘଟିକା ମଧ୍ୟରେ ବ୍ରହ୍ମଗିରି ବ୍ଲକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଅଛି।ମାନନୀୟ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ , ମାନ୍ୟବର ମୁଖ୍ୟମନ୍ତ୍ରୀ , ଓଡ଼ିଶା ସରକାର ଅଦିନିଆ ବର୍ଷାରେ ପ୍ରଭୃତି କ୍ଷତି ହୋଇଥିବା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଳକକୁ ବିପର୍ଯ୍ୟସ୍ତ ବ୍ଲକ ଭାବେ ସାମିଲ୍ କରିବା ପାଇଁ ନିବେଦନ। ( ବ୍ରହ୍ମଗିରି ବ୍ଲକ ତହସିଲଦାରଙ୍କ ଜରିଆରେ) ଏହି ବିଶାଳ ବିକ୍ଷୋଭ ସମାବେଶ ସଭାରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁ ସଭାପତିତ୍ବ କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ବରିଷ୍ଠ ନେତା ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଉକ୍ତ ସଭାରେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଗତ ଡିସେମ୍ବର ମାସରେ ଏକ ସପ୍ତାହ ବ୍ୟାପୀ ଲଗାଣ ବର୍ଷାରେ ବ୍ରହ୍ମଗିରି ବ୍ଲକର ୨୫ ଗୋଟି ପଞ୍ଚାୟତ ଓ କୃଷ୍ଣ ପ୍ରସାଦ ବ୍ଲକ ୨୧ ଗୋଟି ପଞ୍ଚାୟତର ଚାଷୀମାନଙ୍କର ପ୍ରଭୃତ କ୍ଷତି ହୋଇଥିଲା। ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବାଫଳରେ ଉଭୟ ବ୍ଲକ ର ଖରିଫ ଧାନ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା। ପନିପରିବା ଚାଷ ଓ ଚିନାବାଦାମ ଚାଷ ମଧ୍ୟ ସମ୍ପୁର୍ଣ୍ଣ ଭାବେ ଉଜୁଡ଼ି ଜାଇଥିଲା ଏବଂ ରବି ଚାଷ ପାଇଁ ପଡ଼ିଥିବା ବିହନ ସମ୍ପୁର୍ଣ୍ଣ ନଷ୍ଟ ହୋଇ ଗଜା ଧୋଇଯାଇଥିଲା। ଏହି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ହଜାର ହଜାର ଚାଷୀକୁଳ ହତାଶ ହେବା ସହ ମେରୁଦଣ୍ଡ ଭାଙ୍ଗି ଯାଇଛି। ଫସଲକୁ ନେଇ ଦେଖିଥିବା ସ୍ବପ୍ନ ତାଙ୍କର ଧୁଳିସାତ୍ ହୋଇଛି। ଏପଟେ ଫସଲ ନଷ୍ଟ ହୋଇଯିବା ସେପଟେ ବଜାର ଦର ହୁ ହୁ ହୋଇ ବଢିବା ଫଳରେ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି।

ବ୍ୟାଙ୍କ ରୁ ଆଣିଥିବା ଋଣ କିପରି ସୁଝିବେ ସେନେଇ ଚାଷୀକୁଳ ଗଭୀର ଚିନ୍ତାରେ ଅଛନ୍ତି। ଆମ ସମସ୍ତଙ୍କର ଆସାଥିଲା ଡ଼ବଲ ଇଞ୍ଜିନ୍ ସରକାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ଚାଷୀମାନଙ୍କ ପ୍ରତି ସମ୍ବେଦନଶୀଳ ହେବେ। କ୍ଷେତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଦେବେ। ରିଲିଫ କୋଡ଼୍ ଅନୁଯାୟୀ ଚାଷୀଙ୍କୁ ସୁବିଧା ସୁଯୋଗ ଯୋଗାଇଦେବେ। ଏ ସଂପର୍କରେ ଆମ୍ଭେ ମଧ୍ୟ ପୁରୀ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲୁ। ମାତ୍ର ଦୁର୍ଭାଗ୍ୟର ବିଷୟ ପୁରୀ ଜିଲ୍ଲା ପାଇଁ ଘୋଷଣା କରାଯାଇଥିବା ବିପର୍ଯ୍ୟସ୍ତ ତାଲିକାରେ ବ୍ରହ୍ମଗିରି ବ୍ଲକ ଓ କୃଷ୍ଣ ପ୍ରସାଦ ବ୍ଲକ କୁ ସାମିଲ କରାଯାଇନାହିଁ। ଯହା ଫଳରେ ଆମେ ସମସ୍ତେ ଚାଷୀକୁଳ ହତାଶ ହୋଇଛୁ। ଏଣୁ ଆମ୍ଭେ ଅନୁରୋଧ କରୁଅଛୁ କି ଆପଣ ଆମ୍ଭ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଚାଷୀକୁଳ ର ଦାବିକୁ ସହୃଦୟତାର ସହ ଗ୍ରହଣ କରି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକକୁ ବିପର୍ଯ୍ୟସ୍ତ ତାଲିକାରେ ସାମିଲ୍ କରି ଚାଷୀକୁଳ କୁ ସମସ୍ତ ସୁବିଧା ଯୋଗାଇଦେବେ ବୋଲି ଆମ୍ଭର ଗଭୀର ଆଶା ଓ ବିଶ୍ବାସ ।ଘୋଷଣା କରିବାରେ କୈାଣସି ଟାଳୁଟୁଳ ନୀତି ଅବଲମ୍ବନ କଲେ ଚାଷୀ ମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ । ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ଏହାର ଏକକିତା ନକଲ ରାଜସ୍ୱ ମନ୍ତ୍ରୀ ଓଡ଼ିଶା ସରକାରଙ୍କ ଅବଗତି ଓ ବିହିତ ପଦକ୍ଷେପ ନିମନ୍ତେ ପ୍ରେରଣ କରାଗଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ, କୃଷ୍ଣ ପ୍ରସାଦ ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, କୃଷ୍ଣ ପ୍ରସାଦ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ କୁମାର ତରେଇ, ପୁରୀ ସଦର ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ନିରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ଜମ୍ବେଶ୍ଵର ସାହୁ, ସନ୍ଦିପ କୁମାର ଜେନା, ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବରିଷ୍ଠ ନେତା ଭଗବାନ ନାୟକ, ନବ କିଶୋର ଷଣ୍ଢ, ସରପଞ୍ଚ ରାଧାକାନ୍ତ ସାହୁ, ହନ୍ତୁକ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନରସିଂହ ପତି, ଭାଇଲିପୁର ସମିତି ସଭ୍ୟ କାର୍ତ୍ତବୀଯ୍ୟ ସ୍ଵାଇଁ, ନାରୀନେତ୍ରୀ ମାନସୀ ହରିଚନ୍ଦନ, ଙ୍କ ସମେତ ବ୍ରହ୍ମଗିରି ବ୍ଲକ ୨୫ ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଏବଂ ବ୍ରହ୍ମଗିରି, କୃଷ୍ଣପ୍ରସାଦ ବ୍ଲକ ହଜାର ହଜାର ଚାଷୀ ଭାଇମାନେ ଉପସ୍ଥିତି ଥିଲେ।

Leave a Reply

Your email address will not be published. Required fields are marked *