ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ, ଯୋଗ ଦେଲେ ବିଧାୟକସୋରଡ଼ା(): ଗଞ୍ଜାମ ଜିଲ୍ଲା ସୋରଡା ରେ ଥିବା ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଲୟ ରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ସମାରୋହ ପାଳିତ ହୋଇଛି । ଅଧ୍ୟକ୍ଷ ଅନୀଲ କୁମାର ଦାସ ଙ୍କ ପୌରହିତ୍ୟରେ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ,ମୁଖ୍ୟ ବକ୍ତା ଭାବେ ଉପ ସଚିବ ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ପରିଷଦ ,ବ୍ରହ୍ମପୁର ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଅନୀଲ କୁମାର ସେଠୀ ସଭାପତି ପରିଚାଳନା ପରିଷଦ (ଉପ ଜଲ୍ଲାପାଳ ଭଂଜନଗର )ହୃଷୀକେଶ ପଣ୍ଡା କ୍ଷେତ୍ରମୋହନ ଉଚ୍ଚ ବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ନରେନ୍ଦ୍ରପୂର୍ ଶ୍ରୀମତୀ ପ୍ରିୟଦର୍ଶିନୀ ନାୟକ ବି. ଇ . ଓ ସୋରଡ଼ା,

, ସ୍ଥାନୀୟ ଏନ୍ ଏ ସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।ମଞ୍ଚାସୀନ ଅତିଥି ମାନଙ୍କୁ ବିଦ୍ୟାଳୟର ସଦସ୍ୟ ମାନେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ବାଗତ କରାଯିବା ପରେ ପଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ବାର୍ଷିକ ବିବରଣୀ ପାଠ କରିଥିଲେ l ବହୁ ଛାତ୍ରଛାତ୍ରୀ ଏଠାରୁ ଉତ୍ତୀର୍ଣ୍ଣ ହୋଇ ଦେଶର ବିଭିନ୍ନ ସ୍ଥାନରେ ରହି ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି। ସମାଜରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ଥିବାରୁ ପାଠ ପଢା ପ୍ରତି ଅଧିକ ଧ୍ୟାନ ଦେବାକୁ ମଞ୍ଚାସିନ ଅତିଥି ମାନେ କହିଥିବା ବେଳେ ମୁଖ୍ୟ ବକ୍ତା କୁଳମଣି ଓଝା କହିଥିଲେ ଓଡ଼ିଆ ଜାତି ଓ ଓଡ଼ିଆ ଭାଷା କୁ ଜୀବିତ ରଖିବା କୁ ହେଲେ ଯୁବପିଢି ଏଥିପ୍ରତି ଗୁରୁତ୍ଵ ଦେବା ଆବଶ୍ୟକ ନହେଲେ ଓଡ଼ିଆ ଭାଷା ଲୋପ ପାଇଯିବ l ଭାଷାର ସଠିକ ବ୍ୟବହାର ନ କଲେ ଆମ୍ଭେ ମଣିଷ ତ୍ଵ ହାସଲ କରିପାରିନି ଆମେ ଅମଣିଷ ହୋଇ ରହିଯିବ l ସେହିପରି ମୁଖ୍ୟଅତିଥି ଶ୍ରୀଯୁକ୍ତ ନୀଳମଣି ବିଷୋୟୀ କହିଛନ୍ତି ଯେ ଛାତ୍ର ଛାତ୍ରୀ ମାନେ ନିଜର ଉଜ୍ଜ୍ବଳ ଭବିଷ୍ୟତ ଗଢ଼ିବାକୁ ହେଲେ ପାଠ ପ୍ରତି ଗୁରୁତ୍ବ ଦେଇ ପାଠ ପଢିବା ଓ ପାଠ ପଢ଼ିବା ସହିତ ଓଡ଼ିଆ ଭାଷା ଓ ସଂସ୍କୃତି ସହିତ ନିଜ ଧର୍ମ କୁ ରକ୍ଷା କରିବା ନିଜର କର୍ତ୍ତବ୍ୟ ବୋଲି ସେ କହିଥିଲେ l ମହାବିଦ୍ୟାଳୟ ରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ଏବଂ ଅପରାହ୍ନରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ବରେ ଥିବା ଅଧକ୍ଷ ଅନୀଲ କୁମାର ଦାସ ମଞ୍ଚାସିନ ଅତିଥି ମାନଙ୍କ ସମେତ ଉପସ୍ଥିତ ଛାତ୍ର ଛାତ୍ରୀ ଓ ସମସ୍ତ ବର୍ଗର ବ୍ୟକ୍ତି ବିଶେଷ ଙ୍କୁ ଧନ୍ୟବାଦ ଦେଇ ସବା ସାଙ୍ଗ କରିଥିଲେ l ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରି ଥିଲେ ।

Leave a Reply

Your email address will not be published. Required fields are marked *