ପୁରୀ ଜିଲ୍ଲାରେ ଧାନ ସଂଗ୍ରହ ତ୍ବରାନ୍ବିତ
ପୁରୀ ଜିଲ୍ଲାରେ ଧାନ ସଂଗ୍ରହ ତ୍ବରାନ୍ବିତ।୧୩୦ ସୋସାଇଟି ମାଧ୍ୟମରେ ଧାନ କ୍ରୟ।ପୁରୀ ୨୨/୧ ପୁରୀ ଜିଲ୍ଲାର ସମସ୍ତ ୧୧ ଗୋଟି ବ୍ଲକରେ ଧାନ ସଂଗ୍ରହ କୁ ତ୍ବରାନ୍ବିତ କରାଯାଇଛି।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶ ରେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ବ୍ଲକ ଦାୟିତ୍ୱରେ ରହି ଧାନ ସଂଗ୍ରହ କୁ ଶୃଙ୍ଖଳିତ ପରିଚାଳନା

ପାଇଁ ତଦାରଖ କରୁଛନ୍ତି।ଚଳିତ ଖରିଫ ଋତୁରେ ପଞ୍ଜିକୃତ ୪୮୯୬୪ କୃଷକ ଙ୍କ ଠାରୁ ୧୧୬୮୬୦୨ କ୍ୟୁଣ୍ଟାଲ ୯୪ କି.ଗ୍ରା ଧାନ ସଂଗ୍ରହ ର ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ଚଳିତ ମାସ ୨୨ ତାରିଖ ସୁଦ୍ଧା ୧୮୭ ଟି ମଣ୍ଡି ମଧ୍ୟରୁ ଖୋଲାଯାଇଥିବା ୧୩୦ ଟି ମଣ୍ଡିରେ ୨୯୩୫ କୃଷକ ଙ୍କ ଠାରୁ ୧୩୩୮୪୮ କ୍ୟୁଣ୍ଟାଲ ୫୯ କି.ଗ୍ରା ଧାନ ସଂଗ୍ରହ ହୋଇଛି।ଏହାର ପ୍ରାପ୍ୟ ବାବଦରେ ୧୮୮୦ କୃଷକ ଙ୍କୁ ୧୯,୨୯,୫୬,୯୩୬ ଟଙ୍କା ବ୍ୟାଙ୍କ ତରଫରୁ ପ୍ରେରଣ କରାଯାଇଥିବା ବେଳେ ୧୩୧୬ ଜଣ କୃଷକ ୧୩,୬୭,୨୯,୦୨୦ ଟଙ୍କା ପ୍ରାପ୍ତ ହୋଇଛନ୍ତି।ପର୍ଯ୍ୟାୟ କ୍ରମେ ପ୍ରତ୍ୟେକ କୃଷକ ମାନେ ସେମାନଙ୍କ ପ୍ରାପ୍ୟ ପାଇବେ ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।
