ବିଧାୟକ ଉନ୍ନୟନ ପାଣ୍ଠିର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

ବ୍ରହ୍ମପୁର ,ବିଧାୟକ ଉନ୍ନୟନ ପାଣ୍ଠିର କାର୍ଯ୍ୟ ସମୀକ୍ଷା କରିଛନ୍ତି ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର। ନିଜ କାର୍ଯ୍ୟାଳୟରେ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ଯନ୍ତ୍ରୀ ଓ ଅଧିକାରୀଙ୍କୁ ନେଇ କାର୍ଯ୍ୟର ଅଗ୍ରଗତି ସଂପର୍କରେ ତଥ୍ୟ ମାଗିଥିଲେ। କେ.ଅନିଲ କୁମାର ବିଧାୟକ ହେବା ପରେ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ନିଜ ଲାଡ୍‌‍ ଫଣ୍ଡର ୨ କୋଟି ୩୦ ଲକ୍ଷ ଟଙ୍କାର କାର୍ଯ୍ୟ କରିବାକୁ ମହାନଗରକୁ ପ୍ରଦାନ କରିଛନ୍ତି। କିନ୍ତୁ କାର୍ଯ୍ୟ ଅଗ୍ରଗତି ନହେବାରୁ ଆଜି ସେ ସମୀକ୍ଷା ପାଇଁ ଡାକିବା ସହ ଯନ୍ତ୍ରୀ ମାନଙ୍କୁ ତାଗିଦ୍‌‍ କରିଥିଲେ। ଅତିଶୀଘ୍ର କାର୍ଯ୍ୟାଦେଶ ଦେବା ସହ ମାସେରୁ ୩ମାସ ମଧ୍ୟରୁ ସେହି କାର୍ଯ୍ୟ ଗୁଡ଼ିକୁ ଶେଷ କରି ୟୁଟିଲାଇଜେସନ୍‌‍ ସାର୍ଟିଫିକେଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅଧିକ ଅର୍ଥ ସହରର ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଆସିପାରିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *