ଜଗନ୍ନାଥ ମିଶ୍ର ଥିଲେ ଜଣେ ନିଆରା ମଣିଷ

ଆଜି ସିପିଏମ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜଗନ୍ନାଥ ମିଶ୍ରଙ୍କର ଶ୍ରଦ୍ଧାଞ୍ଜଳି ସଭା ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସିପିଏମର କେନ୍ଦ୍ର କମିଟି ସଭ୍ୟ ଅଳି କିଶୋର ପଟ୍ଟନାୟକ ଯୋଗଦେଇ ଜଗନ୍ନାଥ ମିଶ୍ର ସରଳ,ନିର୍ମଳ ଓ ଦୁର୍ଦ୍ଦଶ କର୍ମୀ ଥିଲେ। ତାଙ୍କର ରାଜନୈତିକ ଜୀବନ ତ୍ୟାଗର ପ୍ରତୀକ ଥିଲା।ସାଧାରଣ ଲୋକଙ୍କ ସେବାରେ ଜୀବନ ଥିଲା ଉର୍ଶ୍ଚର୍ଗୀକୃତ।ମୃତ୍ୟୁ ପରେମଧ୍ୟ ତାଙ୍କ ମରଶରୀର ଚିକିତ୍ସା ବିଜ୍ଞାନର ଉନ୍ନତି ପାଇଁ ବ୍ରହ୍ମପୁର ମେଡ଼ିକାଲ କଲେଜକୁ ଦାନ କରାଯାଇଛି।ସେ ଥିଲେ ଜଣେ ନିଆରା ମଣିଷ।ସାମ୍ପ୍ରତିକ ଅବସ୍ଥାରେ ସାଥୀ ଜଗନ୍ନାଥ ମିଶ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ ଦେଇଥିଲେ।ଅନ୍ୟତମ ବକ୍ତାଭାବେ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଯୋଗଦେଇ ସାଥୀ ଜଗନ୍ନାଥ ମିଶ୍ର ରାଜ୍ୟ କୃଷକ ଆନ୍ଦୋଳନର ଏକ ପ୍ରମୁଖ ନେତୃତ୍ୱ ଥିଲେ ବୋଲି ଉଲ୍ଲେଖ କରିଥିଲେ।କୃଷି ସଙ୍କଟ ସମେତ ଦରବୃଦ୍ଧି, ବେକାରୀ,ମହିଳା ନିର୍ଯ୍ୟାତନାଏବଂ ସାମ୍ବିଧାନିକ ବ୍ୟବସ୍ଥା ଉପରେ ବିଜେପିର ଆକ୍ରମଣ ବିରୁଦ୍ଧରେ ସମସ୍ତ ବାମପନ୍ଥୀ, ଧର୍ମ ନିରପେକ୍ଷ ଓ ଗଣତାନ୍ତ୍ରିକ ଦଳ ଏକତ୍ରିତ ହୋଇ ଲଢ଼ିବାହିଁ ସାଥୀ ଜଗନ୍ନାଥ ମିଶ୍ରଙ୍କ ପ୍ରତି ସର୍ବଶ୍ରେଷ୍ଠ ସମ୍ମାନ ହେବ ବୋଲି ଉଲ୍ଲେଖ କରିଥିଲେ।ଏଥିରେ ସିପିଆଇର ଜିଲ୍ଲା ନେତା ଶ୍ରୀହର୍ଷ ରଥ, ବିଜେଡି ନେତା ସୁବାଷ ମହାରଣା, ଶିକ୍ଷାବିତ୍ତ ବିଜୟ ବହିଦାର , ବରିଷ୍ଠ ଆଇନଜୀବୀ ବସନ୍ତ ପଣ୍ଡା,ବାମପନ୍ଥୀ ନେତା ସନ୍ତୋଷ ମହାପାତ୍ର,ଭାଲ ଚନ୍ଦ୍ର ଷଡଙ୍ଗୀ ଓ ପି ପାର୍ବତୀ,ଆପ ନେତା ଆଦିତ୍ୟ ରଥ,କର୍ପୋରେଟର ସଂଜୀତ ପାଣିଗ୍ରାହୀ, ସୁରେନ୍ଦ୍ର ମହାରଣା, ମଳୟ ବିଶୋଇ ଓ ମମତା କୁମାରୀ ପାତ୍ର, ଦେବବାଳା ମିଶ୍ର ପ୍ରମୁଖ ପ୍ରୟାତ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଜିଲ୍ଲାର ବରିଷ୍ଠ ନେତା କୈଳାଶ ଷଡଙ୍ଗୀ ସଭାପତିତ୍ୱ କରିଥିଲେ।ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *