କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପୁରୀ ମେରାଇନ ଟିମ ବିଜୟୀ

ପୁରୀ ୨୩/୧ ପୁରୀ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ,ସାମୁଦ୍ରିକ କାର୍ଯ୍ୟାଳୟ ବା ମେରାଇନ ଅଫିସ ଅସ୍ତରଙ୍ଗ,ପୁରୀ ଓ ବ୍ରହ୍ମଗିରି ର କ୍ରୀଡାବିତ ମାନେ ଅଂଶଗ୍ରହଣ କରିଥିଲେ।ଏହି ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ ଉଦଘାଟନ କରିବା ସହ ପାରସ୍ପରିକ ସହଯୋଗ ଓ ସମନ୍ବୟ ଯୋଡିବାରେ ଏହି କ୍ରୀଡା ସହାୟକ ହେବ ଏବଂ ଏହା ଦ୍ଵାରା ଭାଇଚାରା ସୁଦୃଢ ହେବ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡା ଶରତ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଉପସ୍ଥିତ ରହି କ୍ରିଡାବିତ ଙ୍କୁ ଉତ୍ସାହିତ କରିଥିଲେ।ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୁତି ରଞ୍ଜନ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସମସ୍ତ ସହଯୋଗ ପ୍ରଦାନ କରିଥିଲେ।ଫାଇନାଲରେ ପୁରୀ ମେରାଇନ ଟିମ ଜିଲ୍ଲା ମତ୍ସ୍ୟ ବିଭାଗ ଟିମକୁ ପରାସ୍ତ କରି ବିଜୟୀ ହୋଇଥିଲା।ପୁରୀ ମେରାଇନ ୧୦ ଓଭରରେ ୭ ୱ୍ବିକେଟ ୧୫୧ ରନ କରିଥିବା ବେଳେ ଜିଲ୍ଲା ମତ୍ସ୍ୟ ଟିମ ୧୦ ଓଭରରେ ୮ ୱ୍ବିକେଟ ହରାଇ ୯୩ ରନ କରି ଥିଲେ।ମେରାଇନ ଟିମ ର ମାନସ କୁମାର ପରିଡା ୭୨ ରନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *