ମିତ୍ରସଂଘ ଓ ହପିନେସ୍ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଅବସରରେ ପୁରୀ ନବକଳେବର ରୋଡ଼ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମିତ୍ର ସଂଘ ଓ ହାପିନେସ୍‌ ଫାଉଣ୍ଡେସନ୍ ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ପୁରୀ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ରୀଷ୍ଣା ମହାପାତ୍ର ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ମହାନ୍ତି ପ୍ରମୁଖ ଉଦ୍‌ଘାଟନ ପର୍ବରେ ଯୋଗ ଦେଇଥିଲେ। ଆଜି ଏହି ରକ୍ତଦାନ ଶିବିରରେ ମୋଟ ୫୧ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ମି

ତ୍ର ସଂଘର ପ୍ରତିଷ୍ଠାତା ଅନନ୍ତ କୁମାର ଶତପଥୀ ଓ ହାପିନେସ୍ ଫାଉଣ୍ଡେସନ ର ପ୍ରତିଷ୍ଠାତା ଇଂ. ପ୍ରଦୀପ୍ତ କୁମାର ପ୍ରଧାନ ଙ୍କ ନେତୃତ୍ବରେ ମିତ୍ରସଂଘ ର ସଭାପତି ସୁବାଷିନୀ ଶତପଥୀ, କୋଷାଧ୍ୟକ୍ଷ ଆଲୋକ ମହାନ୍ତି, ସଦସ୍ୟ ଜଗଜିତ୍ ବିଶୋଇ, ଶିବରାମ ଦାସ, ବିକ୍ରମ ସେନାପତି ଏବଂ ହାପିନେସ୍‌ ଫାଉଣ୍ଡେସନ୍‌ର ର କାର୍ଯ୍ୟକାରୀ ସମ୍ପାଦକ ସୌମ୍ୟ ରଞ୍ଜନ ସାହୁ ସଂଯୋଜକ ମାନସ ବେହେରା, ଟି. ମନୋଜ କୁମାର ପ୍ରଧାନ, ମାମିନା ପ୍ରଧାନ, ବିଷ୍ଣୁପ୍ରିୟା ସାହୁ, ରୋଜାଲିନ ସାହୁ ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ସେହିପରି ସମାଜସେବୀ ଅଜୟ ପ୍ରଧାନ ଓ ନିରଞ୍ଜନ ପ୍ରଧାନ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବରକୁ ରକ୍ତ ଭଣ୍ଡାର ଅଧିକାରୀ ଡ଼ା. ଦୀପକ ସାହୁ, କାଉନସେଲର୍ ପ୍ରିତିରଞ୍ଜନ ନାୟକ, ମ‌ନୋରଞ୍ଜନ ଭୋଇ, ମଙ୍ଗଳାପ୍ରସାଦ ଦିକ୍ଷୀତ, ଅମିତ କୁମାର ପାଢ଼ୀ ଏବଂ ପ୍ରିୟାଂଶୁ ଭଞ୍ଜ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *