ମଣ୍ଡିରେ ଏଫ୍.ଏ.କ୍ୟୁ.ମାନ ପରୀକ୍ଷଣ ତଦାରଖ କଲେ ଜିଲ୍ଲାପାଳ
ଭଦ୍ରକ ତା. ୨୩.୦୧.୨୦୨୫ ରିଖ । ସରକାରୀ ଦରରେ ଧାନ କିଣା ପାଇଁ ସରକାରଙ୍କ ଦ୍ଵାରା ପ୍ରଣୀତ ମାର୍ଗଦର୍ଶିକା ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର କାର୍ଯ୍ୟକାରୀତା ନେଇ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ବିଭିନ୍ନ ସମୟରେ ବିଭିନ୍ନ ମଣ୍ଡି ପରିଦର୍ଶନରେ ଯାଇ ଗ୍ରାଉଣ୍ଡ ଜିରୋରେ ପରୀକ୍ଷଣ କରୁଛନ୍ତି । ଚାଷୀମାନଙ୍କ ସହ ବାର୍ଭାଳାପ କରି ସେମାନଙ୍କ ସମସ୍ୟା ଶଣୁଛନ୍ତି । ଗୁରୁବାର ଦିନ ଭଦ୍ରକ ବ୍ଲକ୍ର ଚରମ୍ପା, ବାସୁଦେବପୁରର ବିଦେଇପୁର ସମବାୟ ସେବା ସମିତି ଧାନକ୍ରୟ କେନ୍ଦ୍ର ଏବଂ ଚାନ୍ଦବାଲି ବ୍ଲକ୍ର ମା’ କନକ ସୁନ୍ଦରି ଏସ୍.ଏଚ୍.ଜି. ଏବଂ ମା ଲକ୍ଷ୍ମୀ ମହିଳା ଏସ୍.ଏଚ୍.ଜି.ର ଧାନ କ୍ରୟକେନ୍ଦ୍ରରେ ପହଞ୍ଚି ଜିଲ୍ଲାପାଳ ଏଫ୍. ଏ. କ୍ୟୁ ମାନର ଧାନ ପରୀକ୍ଷଣ ସଂପୂର୍ଣ ତଦାରଖ କରିଥିଲେ

। ପ୍ରତି ମଣ୍ଡିରେ ଏଫ୍.ଏ.କ୍ୟୁ ମାନ ପରୀକ୍ଷଣ ପାଇଁ ନିୟୋଜିତ କ୍ଵାଲିଟି ଆନାଲାଇଜରମାନଙ୍କୁ ମାନ ପରୀକ୍ଷଣ ସମ୍ବନ୍ଧରେ ବୁଝିଥିଲେ । ମଣ୍ଡିରେ ଉପସ୍ଥିତ ଚାଷୀମାନଙ୍କ ସହ ବାର୍ଭାଳାପ କରି ବିନା କଟନୀ ଛଟନୀର ସେମାନେ ଧାନ ବିକ୍ରୟ କରିଥିବା ଜାଣିବାକୁ ପାଇଥିଲେ । ଧାନ ବିକିବା ପାଇଁ ମେସେଜ୍ ପାଇ ଧାନ ବିକିବା ଅପେକ୍ଷାରେ ଥିବା କେତେଜଣ ଚାଷୀ କଟନୀ ଛଟନା ହେଉଛି ବୋଲି ଅଭିଯୋଗ ଶୁଣି ଏଫ୍.ଏ.କ୍ୟୁ ମାନର ଧାନ ମଣ୍ଡିକୁ ବିକ୍ରୟ ପାଇଁ ଆଣିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏଫ୍.ଏ.କ୍ୟୁ.ମାନର ଧାନ ଆଣିଲେ ଅନ୍ୟ ଚାଷୀଙ୍କ ଭଳି ସେମାନଙ୍କ ଠାରୁ ବି ବିନା କଟନୀ ଛଟନୀରେ ଧାନ କିଣାଯିବ ବୋଲି ଜିଲ୍ଲାପାଳ ବୁଝାଇଥିଲେ । ସୂଚନାଯୋଗ୍ୟ କି ଅଦ୍ୟାବଧ ୧୦, ୨୩୫ ଋଷୀଙ୍କ ଠାରୁ ସମୁଦାୟ ୪,୫୪,୦୨୦ କ୍ସିଣ୍ଟାଲ ଧାନ କିଣାଯାଇଛି । ସେଥ୍ରୁ ୩,୮୪, ୧୬୭ କ୍ରିଣ୍ଟାଲ ଧାନ ମଣ୍ଡିରୁ ମିଲରମାନେ ଉଠାଇ ସାରିଛନ୍ତି । ପ୍ରକାଶ ଥାଉକି ଜିଲ୍ଲାରେ ଖୋଲାଯାଇଥିବା ସମସ୍ତ ୧୫୦ ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ କରାଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଓ ସହକାରୀ ଜିଲ୍ଲାଯୋଗାଣ ଅଧିକାରୀ ଶରତ ବେହେରା ମଧ୍ୟ ଜିଲ୍ଲାପାଳଙ୍କ ମଣ୍ଡି ପରିଦର୍ଶନ ସମୟରେ ଉପସ୍ଥିତ ।
