ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ

ଆଜି ତା ୨୩.୦୧.୨୦୨୫ ରିଖ ଦିନ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା ମଙ୍ଗଳାଘାଟ ସ୍ଥିତ ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମଟି ସଂଘର ସଭାପତି ଆଇନଜୀବୀ ଶ୍ରୀ ଦୀପକ କୁମାର ପଣ୍ଡାଙ୍କ ଦ୍ଵାରା ଆୟୋଜନ କରା ଯାଇଥିଲା। ସଂଘର ସଦସ୍ୟ ସଦସ୍ୟା ମାନେ ନେତାଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦେଶର ବୀର ପୁତ୍ର ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳନ କରିଥିଲେ। ଉକ୍ତ ବୈଠକରେ ଖିରୋଦ କୁମାର ଜେନାଙ୍କ ନେତ୍ୱରେ ସଂଘର ଅନ୍ୟ ସଦସ୍ୟ ସଦସ୍ୟା ମାନେ ଯଥା ରାଜକିଶୋର ମହାନ୍ତି, ସ୍ଵର୍ଣ୍ଣଲତା ପରମଗୁରୁ, ଜଗନ୍ନାଥ ଦାଶ, ସୌମ୍ୟକ ପରିଛା, ଜାସମିନ ପାତ୍ର, ରାଧାକାନ୍ତ ମହାପାତ୍ର, ସଂଘମିତ୍ରା ପଣ୍ଡା, ମାନସୀ ସାହୂ ଆଦି ଯୋଗ ଦେଇଥିଲେ। ଶ୍ରୀ ଜେନା ଯୁବ ସମାଜକୁ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉଦବୋଧନ ଦେଇଥିଲେ। ସଭା ଶେଷରେ ଆଶ୍ରମର ଅନ୍ୟତମ ସଦସ୍ୟା ସୁଶ୍ରୀ ସିମରନ ଦେଶର ବୀରପୁତ୍ର ମାନଙ୍କ ଜୟଗାନ କରି ସଭା ଶେଷ କରିଥିଲେ।

Leave a Reply

Your email address will not be published. Required fields are marked *