ମାଣ୍ଡିଆ ମଣ୍ଡି ଉଦଘାଟିତ

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ର ନାଥ ପୁର ଗ୍ରାମରେ ଖରିଫ ଋତୁରେ ଚାଷ କରା ଯାଇଥିବା ମାଣ୍ଡିଆ କ୍ରୟ ପାଇଁ ଏକ ମଣ୍ଡି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।ଚଳିତ ବର୍ଷ କୃଷ୍ଣ ପ୍ରସାଦ ବ୍ଲକରେ କୃଷି ବିଭାଗ ତରଫରୁ ୧୫୦ ହେକ୍ଟର ଜମିରେ ମାଣ୍ଡିଆ ପ୍ରଦର୍ଶନ କ୍ଷେତ୍ର କରାଯାଇଥିଲା ।ଏଥିରେ ଅନ୍ତର୍ଭୁକ୍ତ ୩୭୫ ଚାଷୀଙ୍କ ମଧ୍ୟରୁ ୧୬୨ ଚାଷୀ ମାଣ୍ଡିଆ ବିକ୍ରୟ ପାଇଁ କୃଷକ ଓଡ଼ିଶା ପୋର୍ଟାଲ ରେ ନାମ ପଞ୍ଜିକରଣ କରିଛନ୍ତି।ସେମାନଙ୍କ ଠାରୁ ୩୦୦ କୁଇଣ୍ଟ। ଲ ମାଣ୍ଡିଆ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ସ୍ଥାନୀୟ ବାଲି ହରଚଣ୍ଡି କୃଷକ ଉତ୍ପାଦକ ସଂଘ୍ ଦ୍ଵାରା ଏଫ୍ ଏ କୁ ମାନର ମାଣ୍ଡିଆ ସଂଗ୍ରହ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି।ନାଥପୂର୍ ବ୍ୟତୀତ ତିତିପ ଓ ମାଲୁଦ ଠାରେ ମଧ୍ୟ ଆଉ ଦୁଇଟି ମଣ୍ଡି ଖୋଲାଯାଇ ଚାଷୀ ମାନଙ୍କ ଠାରୁ ମାଣ୍ଡିଆ ସଂଗ୍ରହ କରାଯିବ।ଚଳିତ ବର୍ଷ ଓଡ଼ିଶା ସରକାର ମାଣ୍ଡିଆ କ୍ରୟ ପାଇଁ ଚାଷୀମାନଙ୍କୁ କ୍ଵିଣ୍ଟାଲ ପିଛା ୪୫୦୦ ଟଙ୍କା ଡି ବି ଟି ମାଧ୍ୟମରେ ଦେବାକୁ ନିଷ୍ପତି ନେଇଛନ୍ତି।ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ବିକାଶ ମହାନ୍ତି, ସ୍ଥାନୀୟ ସ ରପଂଚଙ୍କ ସମେତ ଶତାଧିକ ଚାଷୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *