ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେର ଶୁଭାରମ୍ଭ

ପୁରୀ ୨୪/୧ ନିଜର ଘରଟିଏ କରିବା ସମସ୍ତ ଙ୍କ ପାଇଁ ସ୍ବପ୍ନ ଥାଏ।ନୂତନ ସରକାର ଏହି ସ୍ବପ୍ନ କୁ ବାସ୍ତବ କରିବାକୁ ସଂକଳ୍ପବଦ୍ଧ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ।ଆଜି ପୂର୍ବାହ୍ନରେ ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତ ର ଅର୍ଜୁନ ସିଂହପୁର ଗ୍ରାମରେ ରାଜ୍ୟ ସ୍ତରୀୟ ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେର ଶୁଭାରମ୍ଭ ମନ୍ତ୍ରୀ ଶ୍ରୀ ନାଏକ ଙ୍କ ଦ୍ଵାରା କରା ଯାଇଥିଲା।ଏହା ପରେ ସାତସଙ୍ଖ ମେଳଣ ପଡିଆ ଠାରେ ଏକ ସାଧାରଣ ସଭା ରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ନାଏକ ରାଜ୍ୟ ର ସମସ୍ତ ଅଧିବାସୀ ଙ୍କ ପାଇଁ ପକ୍କାଘରର ବାସ୍ତବତା ପୂରଣ ହେବାକୁ ଯାଉଛି ବୋଲି କହିଥିଲେ।ଏ ସରକାର ଲୋକ ଙ୍କ ସରକାର।ସରକାର ଆବାସଯୋଜନା ୨୦୨୪ ନାମରେ ଏକ ଆପ ବ୍ୟବସ୍ଥା କରିଛନ୍ତି।ଏହାକୁ ହିତାଧିକାରୀ ଉପଯୋଗ କରି ଆବେଦନ କରି ପାରିବେ।୧୪ ହଜାର ଅଧିକାରୀ ଓ କର୍ମଚାରୀ ଏହି ସର୍ଭେ କାର୍ଯ୍ଯ ତଦାରଖ କରିବେ।କୌଣସି କ୍ଷେତ୍ରରେ ଅବହେଳା ବା ସର୍ଭେରେ ତୃଟି କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଥିଲେ।ଏହାର ଉପଯୁକ୍ତ ତଦନ୍ତ ପରେ ଯୋଗ୍ୟ ହିତାଧିକାରୀ ଙ୍କୁ ଘର ଯୋଗାଇବାର ବ୍ୟବସ୍ଥା କରାଯିବ।ଦୁଇ ପ୍ରକାର ଘର ଦିଆଯାଉଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ଏଥିରୁ ବଞ୍ଚିତ ରହୁଥିବା ବା ବିପର୍ଯ୍ୟୟ ସମୟରେ କ୍ଷତି ଗ୍ରସ୍ତ ଲୋକ ଙ୍କୁ ଅନ୍ତୋଦୟ ଗୃହ ଯୋଜନା ରେ ଗୃହ ଯୋଗାଇ ଦିଆଯିବ।ଗଙ୍ଗୁଆ ନଈରେ ଫିଲଟର ପ୍ଲାଣ୍ଟ କରାଯାଇ କଣାସ ଓ ପିପିଲି ର ବିଭିନ୍ନ ଗ୍ରାମ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଶ୍ରୀ ନାଏକ କହିବା ସହ ସମସ୍ତେ ଏଥିରେ ସହଯୋଗ ପାଇଁ ଅନୁରୋଧ କରିଥିଲେ।ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଆବାସ ଯୋଜନାରୁ ବଞ୍ଚିତ ପ୍ରତ୍ୟେକ ହିତାଧିକାରୀ ଙ୍କ ମୁହଁ ରେ ହସ ଫୁଟାଇବାକୁ ଆଜି ଠାରୁ ଶୁଭାରମ୍ଭ ହେଲା।ନିଜେ ଯୋଗ୍ୟ ହିତାଧିକାରୀ ମଧ୍ୟ ଆବାସ ଆପ ମାଧ୍ୟମରେ ଘର ପାଇଁ ଆବେଦନ କରି ପାରିବେ।ଆବେଦନ ପାଇଁ ପୂର୍ବ ତୁଳନାରେ ଅଧିକ ସହଜ ପ୍ରକ୍ରିୟା କରାଯାଇଛି ବୋଲି ମତ ଦେଇଥିଲେ।ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଦଳମତ ନିର୍ବିଶେଷରେ ପ୍ରତ୍ୟେକ ଙ୍କୁ ଆବାସ ଯୋଗାଇ ଦିଆଯିବ।ତେଣୁ ସରକାର, ପ୍ରଶାସନ ଓ ସାଧାରଣ ଜନତା ଙ୍କ ମଧ୍ୟରେ ସୁସମନ୍ବୟ ରଖି କାର୍ଯ୍ୟ କରାଯିବ ବୋଲି ସେ କହିଥିଲେ।ପାନୀୟ ଜଳର ସୁ ବ୍ୟବସ୍ଥା କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆ ଯାଉଛି ବୋଲି କହିଥିଲେ।

ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ପ୍ରତ୍ୟେକ ଙ୍କ ପାଇଁ ଆବଶ୍ୟକତା ଅଛି ଆବାସ ଟିଏ। ଅପେକ୍ଷା ର ଅନ୍ତ ଘଟିଛି ଓ ସମଗ୍ର ରାଜ୍ୟ ପାଇଁ ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେର ରାଜ୍ୟ ସ୍ତରୀୟ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି।ପାନୀୟ ଜଳର ବ୍ୟବସ୍ଥା ଖୁବ୍ ଶିଘ୍ର କରାଯିବ ବୋଲି ସେ କହିଥିଲେ।ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଏସ ଏନ ଗିରିଶ ସ୍ବାଗତ ଭାଷଣ ଦେବା ସହ ୧୪ ହଜାର ଅଧିକାରୀ ଙ୍କୁ ଘରକୁ ଘର ବୁଲି ସର୍ଭେ କରିବାକୁ ତାଲିମ ପ୍ରଦାନ କରାଯାଇଛି ବୋଲି କହିଥିଲେ।ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଜ୍ୟୋତି ପ୍ରକାଶ ଦାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ହିତାଧିକାରୀଙ୍କ ଦାୟିତ୍ୱ ସମ୍ପର୍କରେ ବିଷଦ ଭାବେ ଅବଗତ କରାଇଥିଲେ।୨୦୨୪-୨୫ ବର୍ଷ ରେ ସମ୍ପୂର୍ଣ୍ଣ ହୋଇ ଥିବା ଆବାସ ଯୋଜନାର ୧୦ ଜଣ ହିତାଧିକାରୀଙ୍କୁ ନୂତନ ଗୃହ ର ଚାବିକାଠି ମନ୍ତ୍ରୀ ଓ ଅତିଥି ମାନେ ହସ୍ତାନ୍ତର କରିଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଉପ ନିର୍ଦ୍ଦେଶକ କୁଳମଣି ମିଶ୍ର, ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ କୁମାର ବେହେରା ପସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଡିଓ,ଲୋକ ପ୍ରତିନିଧି ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *