ପଞ୍ଚାୟତସ୍ତରୀୟ ଧାନ ମଣ୍ଡି ଉଦଘାଟିତ
.ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେଢୁଆ,ତାରପୁର,ଗୁଆଳିପୁର ପଞ୍ଚାୟତରେ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି । ଏହି କୃଷକ ସେବା ସମବାୟ ସମିତି ପକ୍ଷରୁ ଆୟୋଜିତ ଏହି ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ବିଧାୟକ ଡଃରମାକାନ୍ତଭୋଇ,ରଘୁନାଥପୁର ବ୍ଲକ ଉପାଧ୍ଯକ୍ଷ ଦେବାଶିଷ ତ୍ରିପାଠୀ ,ତହସିଲଦାର ଅଭିପ୍ସା ପଟ୍ଟନାୟକ,Rmc ର ଅଫିସର ସୂର୍ଯ୍ୟକାନ୍ତ ଦାସ,ଶିବଶକ୍ତି ଏସଏଚଜି ଗ୍ରୁପ ର ମହିଳା ଏବଂ ସମସ୍ତ ସମବାୟ ସମିତିର ଚାଷୀ ମାନେ ଉପସ୍ଥିତରେ ମଣ୍ଡି ଉଦଘାଟନ ହୋଇଥିଲା । ବ୍ଳକରେ ମଣ୍ଡି ଖୋଲିବା ସହିତ ଆଜି 4ଟି ପଞ୍ଚାୟତ ରେ ସମସ୍ତ ମଣ୍ଡି ଖୋଲା ଯାଇଥିଲା । ତେବେ ସମସ୍ତ ମଣ୍ଡି ରେ ସିସିଟିଭି ବ୍ୟବସ୍ଥା କରାଯାଇ ଥିବା ବେଳେ ପ୍ରତି ମଣ୍ଡି ପାଇଁ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତି ଦିଆଯାଇଛି । ତେବେ ସମସ୍ତ ମଣ୍ଡି ରେ ସ୍ୱଚ୍ଛତା ରହିବା ସହିତ ଚାଷୀ ମାନେ ଠିକ ସମୟରେ କିପରି ତାଙ୍କର ଧାନର ମୂଲ୍ୟ ପାଇପାରିବେ ସେ ସବୁ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରାଥମିକ କୃଷି ସମବାୟ ସମିତି ତାରପୁର ଶିବଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ ଏବଂ ତିର୍ତ୍ତୋଲ ବିଧାୟକ କହିଲେ ଯେ ମଣ୍ଡି ରେ କଟନି ଛଟନି ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ. ଚାଷୀମାନଂକ ସମସ୍ତ ଅସୁବିଧା କୁ ଦୂର କରାଯିବ ବୋଲି ମତବ୍ୟକ୍ତ କରିଥିଲେ. ରେଢୁଆ ପଞ୍ଚାୟତ ର ସରପଞ୍ଚ କିଶୋର ଚନ୍ଦ୍ର ବେହେରା,ସଭାପତି ପ୍ରଦୀପ କୁମାର ମହାନ୍ତି ତତ୍ତ୍ଵାବଧାନରେ ଧାନ ମଣ୍ଡି ଉଦଘାଟନ ରେ ବିଧାୟକ ଡାଃ ଭୋଇ ଓ ଉପରୋକ୍ତ ଅତିଥିମାନେ ଯୋଗ ଦେଇଥିଲେ. ତାରପୁର ପଞ୍ଚାୟତ ର ସରପଞ୍ଚ,ସଭାପତି,ଓ ସମସ୍ତ ସଭ୍ଯ,ନୋଡାଲ ଅଫିସର,ତଅଁରା ସରପଞ୍ଚ ବଟକୃଷ୍ଣ ନାୟକ ଏହି ମଣ୍ଡି ଉଦ୍ଘାଟନ ରେ ଯୋଗଦେଇ ଥିଲେ.ବିନୋଦ ବିହାରୀ ମହାନ୍ତି ସଭା ପରିଚାଳନା କରିଥିଲେ. ପରିଶେଷରେ ଚନ୍ଦ୍ର ଶେଖର ସିଂହ ଧନ୍ଯବାଦ୍ ଅର୍ପଣ କରିଥିଲେ.
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ
