ରଘୁନାଥପୁର ସରସ୍ଵତୀ ମଣ୍ଡପ ରେ ଅବସର ପ୍ରାପ୍ତ ସୈନିକଙ୍କ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ.
ରଘୁନାଥପୁର ଓଡ଼ପଡ଼ା ସ୍ଥିତ ସରସ୍ବତୀ ମଣ୍ଡପ ରେ ଅବସର ପ୍ରାପ୍ତ ସୈନିକ ଙ୍କ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି. ଏହି ଦିବସରେ ସଂଘର ସଭାପତି ଶ୍ରୀ ସୁଶାନ୍ତ ଚରଣ ସାହୁଙ୍କ ଅଧ୍ୟକ୍ଷତାର ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଥିଲା. ସମ୍ପାଦକ ବିରଞ୍ଚି ନାରାୟଣ ମହାନ୍ତି,ଜିଲ୍ଲା ସଂଯୋଜକ ଦେବାଶିଷ ଦାସ ସଭା ପରିଚାଳନା କରିଥିଲେ. କୁନି ଝିଅ ସଭା ପରିଚାଳନା ରେ ସହଯୋଗ କରିଥିଲେ.

ସୈନିକ ପରିବାର ସମସ୍ତ ସଦସ୍ୟ ସଂଘର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଉନ୍ନତିମୂଳକ ଓ ସଂଗଠନ ଭିତ୍ତିକ କାର୍ଯ୍ୟ କିପରି କରିବାକୁ ସଫଳ ରୂପାୟନ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିବା ସହିତ ଶପଥ ନେଇଥିଲେ. ଏହି ଅବସରରେ ସୈନିକ ସଂଘ ପକ୍ଷରୁ ଜଗତ୍ସିଂହପୁର ଜିଲ୍ଲା ରେ ବାସ କରୁଥିବା ସମସ୍ତ ଜନସାଧାରଣ ଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ. ଏହି ସଭାରେ ପୂର୍ବତନ ସୈନିକ ପରିବାର ସଦସ୍ୟ ଶ୍ରୀଯୁକ୍ତ ରାଜକିଶୋର ବେହେରା,ଅଜୟ କୁମାର ସାହାଣୀ,ତପନ ବେହେରା,ରବିନାରାୟଣ ପଣ୍ଡା,ଗୁଣନିଧି ରଥ,ବିନୋଦ ବିହାରୀ ମହାନ୍ତି,ମାଧବ ନନ୍ଦ ସ୍ୱାଇଁ ,ଚିତ୍ତରଞ୍ଜନ ଗୋଚ୍ଛାୟତ ଏହି ସଭାରେ ଉପସ୍ଥିତ ଥିଲେ.
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ
