ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ରେ ଗଣମାଧ୍ୟମ ଏକାଦଶ ବିଜୟୀ

ପୁରୀ ୨୬/୧ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚରେ ଜିଲ୍ଲା ପ୍ରଶାସନ ଏକାଦଶ କୁ ହରାଇ ଗଣମାଧ୍ୟମ ଏକାଦଶ ବିଜୟୀ ହୋଇଥିଲା

। ବିଜୟୀ ଓ ରନରସ୍ ଅପ ଦଳକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ପୌର ପରିଷଦର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା, ସୂଚନା ଓ ଲୋକ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ,ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ଓ ପୂର୍ବତନ କ୍ରିଡା ସଂସଦ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ସମ୍ବର୍ଦ୍ଧିତ କରିଥିଲେ।ମ୍ୟାଚ ରେ ସହଯୋଗ ଓ ଧାରା ବିବରଣୀ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ରଞ୍ଜିତ ମିଶ୍ର, ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *