ସର୍ବନିମ୍ନ ମଜୁରୀ ଓ ଛଟେଇ ବିରୁଦ୍ଧରେ ଅଭିଯୋଗ ଜଣାଇଲା ଆଉଟସୋରସିଂ ମେଡିକାଲ କର୍ମଚାରୀ ସଂଘ
ବ୍ରହ୍ମପୁର-(27/01/24) ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ରେ ବିଭିନ୍ନ ଆଉଟସୋର୍ସିଙ୍ଗ ଏଜେନ୍ସି ଦ୍ୱାରା ନିଯୁକ୍ତି ପାଇଥିବା ବିଭିନ୍ନ କର୍ମଚାରୀ ମନେ ସର୍ବନିମ୍ନ ମଜୁରୀ ପାଇବାରେ ବଂଚିତ ହେଉଥିବା ବେଳେ ସେମାନେ ସେମାନଙ୍କ ର ଅଧିକାର ମାଗିଲେ ସାମାନ୍ୟ କାରଣ କୁ ଏଜେନ୍ସି ଦ୍ୱାରା ଛଟେଇ ର ଶିକାର ହେଉଛନ୍ତି I ଏ ସବୁ ସମସ୍ୟା ମେଡିକାଲ କତୃପକ୍ଷ ଙ୍କ ଖାମଖିଆଲି ଟେଣ୍ଡର ପ୍ରକ୍ରିୟା ସହ କର୍ମଚାରୀ ଙ୍କ ଅତିରିକ୍ତ ଶ୍ରମ କୁ ଲୁଟ କରି ଏଜେନ୍ସି ଓ ଅଫିସର ଙ୍କ ମଧ୍ୟରେ ବେଆଇନ କାରବାର ସହ ଏହି କର୍ମଚାରୀ ମାନଙ୍କୁ ଶୋଷଣ କରାଯାଉଛି I ଫଳ ରେ ଉକ୍ତ କର୍ମଚାରୀ ମାନଙ୍କ ପ୍ରତି ସେବା ରେ ଅବହେଳା ଓ ଆର୍ଥିକ କରବାର କରୁଥିବାର ଅଭିଯୋଗ ବିଭିନ୍ନ ସମୟ ରେ ହୋଇ ଆସୁଛି I ଯାହାକୁ ନେଇ ଛୋଟ ଛୋଟ ଘଟଣା ରେ କର୍ମଚାରୀ ମାନଙ୍କୁ ଛଟେଇ ମଧ୍ୟ କରାଯାଉଛି I ସୂଚନା ଅନୁସାରେ ଏମକେସିଜି ର ପରିମଳ କାର୍ଯ୍ୟ ପାଇଁ ବ୍ରହ୍ମପୁର ମହାନଗର ନିଗମ ର ଦାୟିତ୍ୱ ରେ ପ୍ରତ୍ୟୁଷ ନାମକ ଠିକା ସଂସ୍ଥା ଅନୁବନ୍ଧିତ ହୋଇଥିବା ବେଳେ ସଫେଇ ପାଇଁ ଟେଣ୍ଡର ପ୍ରକ୍ରିୟା ରେ ବର୍ଗଫୁଟ ହିସାବ ରେ ଦର ପ୍ରଦାନ କରାଯାଉଛି ଯାହାକୁ ନେଇ କର୍ମଚାରୀ ମନେ ବିନା ମାନବ ସମ୍ବଳ ହିସାବ ରେ କାର୍ଯ୍ୟ କରୁଛନ୍ତି ଓ ଅତ୍ୟଧିକ କାମ ବୋଝ ପାଇଁ ସେବା ମଧ୍ୟ ପ୍ରଭାବିତ ହେଉଛି I ଏପରିକି ଅର୍ଦ୍ଧକୁଶଳୀ ହାର ରେ ଦରମା ଦେବା ବଦଳ ରେ କର୍ମଚାରୀ ମାନଙ୍କୁ ଅଣକୁଶଳୀ ହାର ରେ ଦରମା ଦିଆଯିବା ଓ ଗାରିମା ଯୋଜନା ରେ ମଧ୍ୟ ସାମିଲ ନ କରାଇବାକୁ ସଂଘ ବିରୋଧ କରୁଛି I ଅନ୍ୟା ଏକ ଘଟଣା କ୍ରମେ ମେଡିକାଲ ର ସମସ୍ତ ଲିଫ୍ଟ ର ପରିଚାଳନା ଦାୟିତ୍ୱ ମା ସାରଳା ଇଣ୍ଟରପ୍ରାଇଜେସ ଦାୟିତ୍ୱ ନେଇଥିବା ବେଳେ କର୍ମଚାରୀ ମାନଙ୍କୁ ସର୍ବନିମ୍ନ ମଜୁରୀ ଦେବାରେ ବିଫଳ ହେଉଛି ଏହାକୁ ପ୍ରତିବାଦ କରିବାରୁ ଦୀର୍ଘ ଦୁଇମାସ ହେବ 06 ଜଣା ଆଉଟସୋରସିଂ କର୍ମଚାରୀ ଙ୍କୁ ଉଦ୍ଦେଶ୍ୟମୂଳକ କାମ ରୁ ବାହାରେ ରଖିଛନ୍ତି I ସ୍ଥନୀୟ ମେଡିକାଲ ପ୍ରଶାସନିକ ଅଧିକାରୀ ଙ୍କୁ ଗୁହାରି ଜଣାଇଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ପାରୁନାହିଁ I ଏପରିକି ଟିକେଟ କାଉଣ୍ଟର ଦାୟିତ୍ୱ ରେ ଥିବା ମଲଲ୍ଟିସଫ୍ଟ ସଫ୍ଟ ସଂସ୍ଥା ସହ ଅନେକ ଏଜେନ୍ସି ମଧ୍ୟ ସରକାର ଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଆଧାର ରେ ଦରମା ଦେବାରେ ବିଫଳ ହେଉଛନ୍ତି I ଏହାକୁ ନେଇ ଆଜି ଓଡିଶା ମେଡିକାଲ ଆଉଟସୋରସିଂ କର୍ମଚାରୀ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରି ସମାଧାନ ପାଇଁ ନିବେଦନ କରିଛନ୍ତି I ଉକ୍ତ କାର୍ଯ୍ୟକ୍ରମ ରେ ସଂଘ ର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ଗଞ୍ଜାମ ଜିଲ୍ଲା ସଫେଇ କର୍ମଚାରୀ ନେତା ଉତ୍ତମ ନାୟକ, ନମିତା ନାୟକ, ଆଶୁତୋଷ ଘଡେଇ ଏନ. ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ I
