ଅମ୍ଳାନ ସାରସ୍ୱତ ପରିଷଦର ମାସିକ ଏକାଦଶତମ ସାହିତ୍ୟ ଆସର
🌹ଅମ୍ଳାନ ସାରସ୍ୱତ ପରିଷଦର ମାସିକ ଏକାଦଶତମ ସାହିତ୍ୟ ଆସର 🌹
ତା..୨୬.୦୧.୨୦୨୫ ,
ଅମ୍ଳାନ ସାରସ୍ୱତ ପରିଷଦର ମାସିକ ଏକାଦଶତମ ସାହିତ୍ୟ ଆସର
ତା.୨୬.୦୧.୨୦୨୫ରିଖ , ରବିବାର, ସମୟ ଅପରାହ୍ନ ୦୫ଘଟିକା ସମୟରେ ସ୍ଥାନୀୟ ବଡ଼ଦଣ୍ଡ ସ୍ଥିତ ଭକ୍ତ ସାଲବେଗ ପାଠାଗାରର ସଭାଗୃହରେ ଶିକ୍ଷାବିତ୍ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମହୋଦୟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ୟ ଆସରକୁ ଉଦ୍ ଘାଟନ କରିଥିଲେ ଡାକ୍ତର ପ୍ରମିଲ୍ କୁମାର ନନ୍ଦ । ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା ସାହିତ୍ୟର ପ୍ରାକ୍ତନ ନିର୍ଦ୍ଦେଶକ ଡ଼କ୍ଟର ହରପ୍ରସାଦ ମିଶ୍ର,
ଓ ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ୍
ଶ୍ରୀଯୁକ୍ତ ପ୍ରଦୀପ୍ତ ରାୟ ମଞ୍ଚାସୀନ ହୋଇଥିଲେ । ପ୍ରାରମ୍ଭରେ ମାତା ଭାରତୀଙ୍କ ଶ୍ରୀ ପଦ ପଙ୍କଜରେ ଉପସ୍ଥିତ ସାରସ୍ୱତ ସ୍ରଷ୍ଟାବୃନ୍ଦ ଭକ୍ତି ନୈବେଦ୍ୟ ଅର୍ପଣ କରିବା ଅବସରରେ କବି ଯୋଗେଶ୍ୱର ପ୍ରହରାଜ ମାତା ସାରସ୍ୱତୀଙ୍କ ଭକ୍ତି ଜଣାଣ ଗାନ କରିଥିଲେ । ଏହି ମହାର୍ଘ ଅବସରରେ ଶ୍ରୀକ୍ଷେତ୍ର ପୁରୀର ସମ୍ମାନନୀୟା କବୟିତ୍ରୀ ଏବଂ ସମ୍ବାଦ ଆଇନାର ସମ୍ବାଦ ପାଠିକା ଦିବଂଗତ ହେମାଙ୍ଗିନୀ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍
ନୀରବ ପ୍ରାଥନା କରାଯାଇଥିଲା ।
ଅନୁଷ୍ଠାନର ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ ଗତମାସ
ତା.୨୯.୧୨.୨୦୨୪ରିଖରେ ଅନୁଷ୍ଠିତ ହୋଇଥିବା ମାସିକ ୧୦ମ ସାହିତ୍ୟ ଆସରର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସଭାମୁଖ୍ୟ ଶ୍ରୀମତୀ ଦାଶ ଓଡ଼ିଆ ଭାଷା ଉପରେ ସୁନ୍ଦର ଆଲୋକ୍ ପାତ କରିଥିଲେ ଏବଂ ପରେ ପରେ ମୁଖ୍ୟ ଅତିଥି ଡକ୍ଟର ମିଶ୍ର ତାଙ୍କ ବକ୍ତଵ୍ୟରେ କହିଥିଲେ ତୁମେ କବିତା ପ୍ରବନ୍ଧ ଗଳ୍ପ ଓ କାବ୍ୟ ଯାହାବି ଲେଖୁଛ ସେ ସବୁ ଅତି ସରଳ ଓ ବୋଧଗମ୍ୟ ଏବଂ ହୃଦୟ ସ୍ପର୍ଶୀ ହେବା ଆବଶ୍ୟକ । ଶେଷରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ରାୟ ଦୁଇ ଅତିଥିଙ୍କ ସୁନ୍ଦର ଚିନ୍ତାଧାରା ଉପରେ ନିଜର ମତ ପ୍ରକାଶ କରିଥିଲେ ।
ଏହି ପବିତ୍ର ଅବସରରେ ଅନୁଷ୍ଠାନ ଦିବ୍ୟ ଦର୍ଶନ ଓ ସମ୍ପର୍କ ସାହିତ୍ୟର ସମ୍ପାଦିକା ଶ୍ରୀମତୀ ପ୍ରବାସିନୀ ମିଶ୍ର ଓ କଣ୍ଠଶିଳ୍ପୀ ଶ୍ରୀମତୀ ପ୍ରତିଭା ଦାଶଙ୍କ ସଂଯୋଜନା କ୍ରମେ ଶିକ୍ଷାବିତ୍ ଶ୍ରୀମତୀ ଉର୍ମିଳା ସାମନ୍ତରାୟ , ରୋଜାଲିନ୍ ପଣ୍ଡା,
ଅଧ୍ୟାପକ ଭାରତୀ ଭୂଷଣ ଦାସ , ଶିକ୍ଷାବିତ୍ ସୁଶ୍ରୀ ପ୍ରଲିପ୍ତା ଛୋଟରାୟ , ଅଧ୍ୟାପକ ଅଶୋକ କୁମାର ମିଶ୍ର , ରାଧାକୃଷ୍ଣ ପ୍ରଧାନୀ , ଅଧ୍ୟାପକ ଅନ୍ତର୍ଯ୍ୟାମୀ ମିଶ୍ର , ଅନ୍ନପୂର୍ଣ୍ଣା ମହାପାତ୍ର , ସୁଶ୍ରୀ ସ୍ନେହାସ୍ଵିନୀ ବେହେରା , ରଶ୍ମିତା ଶତପଥି , ସନ୍ତୋଷିନୀ ବେହେରେ , ସୁବାସ ଚନ୍ଦ୍ର ମିଶ୍ର , ଶିକ୍ଷାବିତ୍ କାଶୀନାଥ ଖୁଣ୍ଟିଆ , ଅଭିମନ୍ୟୁ ରାୟଗୁରୁ , ଚନ୍ଦ୍ରଶେଖର ନାୟକ , ପ୍ରିୟପତ୍ରର ସମ୍ପାଦକ ବିପିନ ବିହାରୀ ଦଳାଇ , ଓ ଡକ୍ଟର ସସ୍ମିତା ମିଶ୍ର ପ୍ରମୁଖ ସ୍ୱରଚିତ ଦେଶାତ୍ମକ କବିତା ପାଠ କରିଥିବା ବେଳେ ଅନୁଷ୍ଠାନର ନୂତନ ସଦସ୍ୟା ଛାତ୍ରୀ ସୁଶ୍ରୀ ଶ୍ରୀୟା ଶେଫାଳି ଇଂରାଜୀ କବିତା ପାଠ କରିଥିଲେ । ଉକ୍ତ ସଭାକୁ ପରିଚାଳନା କରିଥିଲେ ଭାରତୀ ଭୂଷଣ ଦାସ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଅଶୋକ କୁମାର ମିଶ୍ର ଏବଂ ସଭାସାଙ୍ଗ କରିଥିଲେ ସଭାମୁଖ୍ୟ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ । 🌹ଜୟହିନ୍ଦ୍ 🌹🙏
