ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ।
ପୁରୀ ୨୭/୧ ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଆଜି କାକଟପୁର ବ୍ଲକ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ୯୨ ଗୋଟି ଅଭିଯୋଗ ମିଳିଥିଲା।ଏଥିରେ ବ୍ୟକ୍ତିଗତ ଅଭିଯୋଗ ୭୨ ଗୋଟି, ଗ୍ରାମ ଅଭିଯୋଗ ୧୨ ଗୋଟି ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ସହାୟତା ପାଇଁ ୮ ଗୋଟି ସହାୟତା ସମ୍ପର୍କରେ ରହିଥିଲା।ତନ୍ମଧ୍ୟରୁ ୮ ଗୋଟିର ତୁରନ୍ତ ସମାଧାନ କରାଯାଇଥିଲା।ଅଭିଯୋଗ ଗୁଡିକ ଆଇନ ଅନୁସାରେ ଅନୁଧ୍ୟାନ କରି ଯଥାଶୀଘ୍ର ସମାଧାନ ପାଇଁ ବିଭିନ୍ନ ବିଭାଗକୁ ପ୍ରେରଣ କରାଯାଇଥିଲା ବୋଲି ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଅତିରିକ୍ତ ଏସ ପି ବିଷ୍ଣୁ ପ୍ରସାଦ ପତି, ସିଡିଏମଓ ଡା ରୂପ ଭାନୁ ମିଶ୍ର,ନିମାପଡା ଡିଏସପି ପ୍ରଭାତ କୁମାର ମଲ୍ଲିକ,ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ବେହେରା,କାକଟପୁର ବିଡ଼ିଓ ବିଷ୍ଣୁ ଗୋବିନ୍ଦ, ତହସିଲଦାର ଅଙ୍କିତା ଅନନ୍ଦିତା ଅଭିଯୋଗ ଶୁଣାଣି ଅଧିକାରୀ ଆଶୁତୋଷ ଦେ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏହି ଶୁଣାଣିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *