ଏକ ଦିବସୟ ରାଷ୍ଟ୍ରୀୟ ସମ୍ମିଳନୀ

ଏକ ଦିବସୟ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ ସମରହୋ – ପୁରୀ ୨୮/୧ ରାଉରକେଲା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ପକ୍ଷରୁ ରାଷ୍ଟ୍ରୀୟ ସମ୍ମିଳନୀ ଏବଂ ନାଗରିକ ସମ୍ମାନ ସମାରୋହ ଆୟୋଜନ କରାଯାଇଛି |ଏହି କାର୍ଯ୍ୟକ୍ରମର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ତତ୍ବାବଧାନ ରେ ଆୟୋଜିତ ହୋଇଇଥିଲା ବେଳେ ସର୍ବାଣି ଦ|ଶ ମଞ୍ଚ ପରିଚାଳନା କରିଥିଲେ |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ପ୍ରତିଭା ଚୟନ ଓ ପ୍ରତିଭାବାନ ଙ୍କୁ ସମ୍ବର୍ଦ୍ଧିତ କରିବା ଏକ ସୁନ୍ଦର ପଦକ୍ଷେପ ଯାହା ସମାଜରେ ସୁସ୍ଥ ପରିବେଶ,ଶୃଙ୍ଖଳା ଓ ସମ୍ମାନ ସୃଷ୍ଟି ରେ ସହାୟକ ହେବ ବୋଲି କହିଥିଲେ।ପୂର୍ବତନ ବିଧାୟକ ଜୟନ୍ତ ଷଡଙ୍ଗୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର ପରିଡା,ମହାରାଷ୍ଟ୍ର ର ସମାଜସେବୀ ଉଜ୍ବଲା ଆଵାୱାର,ପ୍ରଯୋଜକ ସଞ୍ଜୟ ନାୟକ, ଆଦି ମାତା କଳ୍ପନା, ଶିକ୍ଷାବିତ ଶଶଧର ପଣ୍ଡା, ପ୍ରଦୀପ ଚୌଧୁରୀ ସମାଜସେବୀ ପାର୍ଥ ରାଉତ ଯୋଗ ଦେଇ ଭଲ କାମ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ହାପି ମୋମେଣ୍ଟସ ର ଏହି ପ୍ରୟାସ ଉଦବୁଦ୍ଧ କରିବା ସହ ପ୍ରେରଣା ଦେବ ବୋଲି କହିଥିଲେ।ରାଜ୍ୟ ର ବିଭିନ୍ନ ପ୍ରତିଭାବାନ ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ଟ୍ରଫି ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା | ପ୍ରଗତି ପଥରେ ଭାରତ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା | ଶେଷରେ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *