ନାଉଗାଁ ଠାରେ ଥିବା ସରକାରୀ ପଲିଟେକନିକ କଲେଜର ନୂତନ କର୍ମଶାଳା ଗୃହ ଓ ଏକାଡେମୀ ଗୃହର ଭିତ୍ତିରିସ୍ଥାପନ

ଜଗତସିଂହପୁର ଜିଲ୍ଲା ନାଉଗାଁ ଠାରେ ଥିବା ସରକାରୀ ପଲିଟେକନିକ କଲେଜର ନୂତନ କର୍ମଶାଳା ଗୃହ ଓ ଏକାଡେମୀ ଗୃହର ଭିତ୍ତିରିସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ,ଏସପି ଭବାନୀ ଶଙ୍କର ଉଦଗାତା, ନାଉଗାଁ ବ୍ଲକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା ପ୍ରମୁଖ ଯୋଗ ଦେଇ ପ୍ରକଳ୍ପ ଶିଳାନ୍ୟାସ କରିଥିଲେ । ୨ କୋଟି ୬୮ ଲକ୍ଷ ଓ ୪ କୋଟି ୨୯ ଲକ୍ଷ ବ୍ୟୟରେ କର୍ମଶାଳା ଓ ଶ୍ରେଣୀ ଗୃହ ନିର୍ମାଣ ହେବାକୁ ଥିବା ବେଳେ ଏହି କାର୍ଯ୍ୟ ଖୁବ ଶୀଘ୍ର ସମାପ୍ତ ହୋଇ ଛାତ୍ର ଛାତ୍ରୀଙ୍କ କାର୍ଯ୍ୟରେ ଆସିବ ।ଏହି ପଲିଟେକନିକ କଲେଜ ଆଗାମୀ ଦିନରେ ଆଗକୁ ଯାଇ ସୁନାମ ଅର୍ଜନ କରିବା ସହିତ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଧାୟକ ।

ଜଗତସିଂହପୁରଜଗତସିଂହପୁରରୁ ରୀତା ସାହୁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *