ସାଇନାଥଙ୍କ ବାର୍ଷିକୋତ୍ସବ ଉପଲକ୍ଷେ କଳସ ଯାତ୍ରା

ସାଇନାଥଙ୍କ ବାର୍ଷିକୋତ୍ସବ ଉପଲକ୍ଷେ କଳସ ଯାତ୍ରା।
ରଘୁନାଥପୁର:-୨୮/୧()ରଘୁନାଥପୁର ବ୍ଲକ ତାରପୁର ଓ ରେଢୁଆ ନିକଟସ୍ଥ ଶାଳୀଜଙ୍ଗା ଠାରେ ପ୍ରତିଷ୍ଠା କରାଯାଇଥିବା ସାଇନାଥଙ୍କ ତିନିଦିନ ବ୍ୟାପୀ ଅଷ୍ଟମ ବାର୍ଷିକୋତ୍ସବ ଉପଲକ୍ଷେ ମଙ୍ଗଳବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଭବ୍ୟ କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବିଧାୟକ ଡ ରମାକାନ୍ତ ଭୋଇ ଓ କଟକ ସଦର ବ୍ଲକ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମି ରାଉତ, ବିଶ୍ବ ଓଡିଆ ଭାଷାସାହିତ୍ୟ ଅନୁଷ୍ଠାନର ସଭାପତି ଡ ସୁରେନ୍ଦ୍ରନାଥ ମହାପାତ୍ରଙ୍କ ସହ ୩ ହଜାର ମାନସିକଧାରୀ ଯୋଗ ଦେଇଥିଲେ।ସକାଳ ୮ ଟାରେ ତାରପୁର ବାଇପାସ୍ ସ୍ଥିତ ପୁଣ୍ୟତୋୟା ମହାନଦୀ ବାନାମ୍ବର ଘାଟରେ ଶ୍ରଦ୍ଧାଳୁ ମାନସିକଧାରୀମାନେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁମାନେ ପୁର୍ଣ୍ଣକୁମ୍ଭ ଜଳ ଧରି ଘଣ୍ଟକୀର୍ତ୍ତନ ଓ ବାଜାବାଣ ରୋଷଣିରେ ତିନି କିମି ପାଦରେ ଚାଲିଚାଲି ସାଇ ମନ୍ଦିରରେ ପହଞ୍ଚିଥିଲେ।ଏହି ପବିତ୍ର ଜଳରେ ସାଇନାଥଙ୍କ ଜଳାଭିଷେକ କରାଯାଇଥିଲା।ଏହାଛଡା ଯଜ୍ଞସ୍ଥଳ ଓ ସମସ୍ତ ଦେବାଦେବୀଙ୍କ ନିକଟରେ ଘଟ ସ୍ଥାପନ ହୋଇ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥଲା।ସାଇସେବା ପ୍ରତିଷ୍ଠାନର ସଭାପତି ନିରୁପମା ପାଲଟାସିଂହ, ସମ୍ପାଦକ ଇଂ ବାବାଜୀ ଚରଣ ଜେନା, କୋଷାଧ୍ୟକ୍ଷ ପାର୍ଥଶାଖା ପାଲଟାସିଂହ, ସ୍ଥାନୀୟ ସରପଞ୍ଚ ବଟକୃଷ୍ଣ ନାୟକ ଓ ସମିତି ସଭ୍ୟା ଶାନ୍ତିଲତା ଦ୍ୱିବେଦୀ, ସଦସ୍ୟ ଦିଲିପ ରଥ,ଗଙ୍ଗାଧର ଜେନା ଓ ସମସ୍ତ ସାଇପ୍ରେମୀଙ୍କ ତତ୍ତ୍ଵାବଧାନରେ ଏହି ପବିତ୍ର କାର୍ଯ୍ୟ ପରିଚାଳନା ହୋଇଥିଲା।ରଘୁନାଥପୁର ଥାନା ଆଇଆଇସି ଶୁଶାନ୍ତ କୁମାର ସେଠୀ ପୋଲିସ ଫୋର୍ସ ସହ ଉପସ୍ଥିତ ରହି ଟ୍ରାଫିକ କଣ୍ଟ୍ରୋଲ ଓ ଆଇନ ଶୃଙ୍ଖଳା କାର୍ଯ୍ୟରେ ନିୟୋଜିତ ଥିଲେ। ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଏବଂ ତିନିଦିନ ଧରି ଶ୍ରଦ୍ଧାଳୁ ଭକ୍ତ ତଥା ଅଞ୍ଚଳବାସୀଙ୍କ ପାଇଁ ପ୍ରାସାଦ ସେବନରେ ବ୍ୟବସ୍ଥା କରାଯାଇଥିବାର ସମ୍ପାଦକ ଇଂ ଜେନା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *