୧୭୭ ମଣ୍ଡି ମାଧ୍ୟମରେ ୩୭୨୭୨୨ କ୍ୟୁଣ୍ଟାଲ ଧାନ କ୍ରୟ
୧୭୭ ମଣ୍ଡି ମାଧ୍ୟମରେ ୩୭୨୭୨୨ କ୍ୟୁଣ୍ଟାଲ ଧାନ କ୍ରୟ।
ପୁରୀ ୨୯/୧ ପୁରୀ ଜିଲ୍ଲାର ସମସ୍ତ ୧୧ ଗୋଟି ବ୍ଲକରେ ଧାନ ସଂଗ୍ରହ କୁ ତ୍ବରାନ୍ବିତ କରାଯାଇଛି।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ବ୍ଲକ ଦାୟିତ୍ୱରେ ରହି ଧାନ ସଂଗ୍ରହ କୁ ଶୃଙ୍ଖଳିତ ପରିଚାଳନା ପାଇଁ ତଦାରଖ କରୁଛନ୍ତି।ଯୋଗାଣ ଅଧିକାରୀ ,ସମବାୟ ସମିତିର କର୍ମକର୍ତ୍ତା ଓ ଆର ଏମ ସି ପକ୍ଷରୁ କୃଷକ ମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାର କୃଷକ ମାନେ ଧାନ ବିକ୍ରି ରେ ଯେପରି କୌଣସି ସମସ୍ୟା ର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସଜାଗ ରହି ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଯୋଗାଣ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି।ଚଳିତ ଖରିଫ ଋତୁରେ ପଞ୍ଜିକୃତ ୪୮୯୬୪ କୃଷକ ଙ୍କ ଠାରୁ ୧୧୬୮୬୦୨ କ୍ୟୁଣ୍ଟାଲ ୯୪ କି.ଗ୍ରା ଧାନ ସଂଗ୍ରହ ର ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ଚଳିତ ମାସ ୨୯ ତାରିଖ ସୁଦ୍ଧା ୧୮୭ ଟି ମଣ୍ଡି ମଧ୍ୟରୁ ଖୋଲାଯାଇଥିବା

୧୭୭ ଟି ମଣ୍ଡିରେ ୮୫୪୨ କୃଷକ ଙ୍କ ଠାରୁ ୩୭୨୭୨୨ କ୍ୟୁଣ୍ଟାଲ ୧୩ କି.ଗ୍ରା ଧାନ ସଂଗ୍ରହ ହୋଇଛି।୬୫୯୯ କୃଷକ ଙ୍କୁ ୬୬୬୪୨୯୩୭୦ ଟଙ୍କା ବ୍ୟାଙ୍କ ତରଫରୁ ପ୍ରେରଣ କରାଯାଇଥିବା ବେଳେ ୫୬୮୬ ଜଣ କୃଷକ ୫୭୭୫୬୧୨୮୦ ଟଙ୍କା ପ୍ରାପ୍ତ ହୋଇଛନ୍ତି।ପର୍ଯ୍ୟାୟ କ୍ରମେ ପ୍ରତ୍ୟେକ କୃଷକ ମାନେ ସେମାନଙ୍କ ପ୍ରାପ୍ୟ ପାଇବେ ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।ଆଜି ସତ୍ୟବାଦୀ ଓ ପିପିଲି ବ୍ଲକ ର ବିଭିନ୍ନ ମଣ୍ଡି କୁ କୋ ଅପରେଟିଭ ସୋସାଇଟିର ଅତିରିକ୍ତ ରେଜିଷ୍ଟର ଭକ୍ତ ବନ୍ଧୁ ସାହୁ ପରିଦର୍ଶନ ସହ ଧାନ ସଂଗ୍ରହ ର ସମୀକ୍ଷା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଡି ଆର ସି ଏସ,ଏ ଆର ସି ଏସ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସମୀକ୍ଷା ରେ ସହଯୋଗ କରିଥିଲେ।
