ଦୁର୍ଘଟଣାରେ ଦାଦନ ଶ୍ରମିକର ମୃତ୍ୟୁ

ଫୁଣିଥରେ ଦାଦନ ଶ୍ରମିକର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି l ଶ୍ରମିକ ଜଣଙ୍କ କମ୍ପାନୀରୁ କାମ ସାରି ମାର୍କେଟ ଯାଇଥିବା ବେଳେ ପଛପଟୁ ଏକ ପିକଅପ ଗାଡି ଧକା ଦେଇଥିଲା l ଦୁର୍ଘଟଣା ଘଟିବା ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା ମେଡିକାଲରେ ଡାକ୍ତର ତାଙ୍କୁ ଘୋଷଣା କରି ଶବ ବୌବଛେଦ କରିବାକୁ ପଠେଇଥିଲେ l ମୃତ ଯୁବକ ଜଣଙ୍କର ନାମ ସୋମନାଥ ପରିଡା ଘର ଓଡିଶାର ଗଞ୍ଜାମ ଜିଲ୍ଲା ସୋରଡ଼ାର ମେରିକୋଟ ପଞ୍ଚାୟତ ପୁଟାବାଲି ଗ୍ରାମ ହୋଇଥିବା ବେଳେ ତାଙ୍କ ମୃତ ଦେହକୁ ବିମାନ ଯୋଗେ କେରଳରୁ ଓଡ଼ିଶା ଆଣିବା ପାଇଁ କମ୍ପାନୀ ମାଲିକ ସହଯୋଗ କରିଥିଲେ l ଭୁବନେଶ୍ୱରରେ ମୃତଦେହ ପହଂଚିବା ପରେ ଗ୍ରାମବିକାଶ ସଂସ୍ଥା ଓ କିଛି ଯୁବକ ମାନଙ୍କ ସହାୟତାରେ ତାଙ୍କୁ ନିଜ ଗ୍ରାମ ପୁଟାବାଲି ଅଣାଯାଇଥିଲା l ଯୁବକ ଜଣଙ୍କ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗିପଡିଛନ୍ତି ଏବଂ ରୋଜଗାରିଆ ପୁଅକୁ ହରେଇ ଆଜି ବାପା ମା ମୁଣ୍ଡ ବାଡେଇ କାନ୍ଦୁଛନ୍ତି l

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *