ଆର୍ଥିକ ସେବା ଓ ସଂଚୟ ସଚେତନତା କାର୍ଯ୍ୟକ୍ରମ

ପୁରୀ ୨୯/୧ପୁରୀ ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ବିଭାଗ ଆନୁକୂଲ୍ୟରେେ ଆର୍ଥିକସାକ୍ଷରତା ଓ ସଚେତନତା ଶିବିର ପିପିଲିବ୍ଲକ ଅଧିନସ୍ଥ ସରସ୍ବତୀପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ପୁରୀ ଡାକ ବିଭାଗର ବରିଷ୍ଠ ଅଧିକାରୀ ରତନ ଜେନା ସଭାପତିତ୍ବ କରିବା ସହିତ ଶିବିର ର ଆଭିମୁଖ୍ୟ ସମ୍ପର୍କରେ ଅବଗତକରାଇଥିଲେ। ଜିଲ୍ଲାର ଆର୍ଥିକ ସେବା ଓ ସ୍ବଳ୍ପ ସଂଚୟ ଅଧିକାରୀ ବିଭୂତି ଭୂଷଣ ନାୟକ ଅର୍ଥ ନେଣ ଦେଣ ସମୟରେ ହେଉଥିବା ଡିଜିଟାଲ ସାଇବର ଠକେଇ ସମ୍ପର୍କରେ ଏବଂ ସରକାରଙ୍କ ବିଭନ୍ନ ଆର୍ଥିକ ଯୋଜନା ଓ ତାହାର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ। ଡାକ ବିଭାଗ ର ଅଧିକାରୀ ଶ୍ରୀ ଜେନା ଲୋକମାନେ କିପରି କଷ୍ଟ ଉପାର୍ଜିତ ଅର୍ଥକୁଡାକଘରେ ଓ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରେ ସଠିକ ଭାବେ ସଂଚୟ କରି ଲାଭବାନ ହୋଇ ପାରିବେ ସେ ସମ୍ପର୍କରେ ବିଷଦ ସୂଚନା ଦେଇଥିଲେ।ସିନିୟର ମ୍ୟାନେଜର ପ୍ରୀତିଶ କୁମାର ସ୍ବାଇଁ ବିଭିନ୍ନ ଡାକ ଘର ବୀମା ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ଡାକଘରେ ସଂଚୟ ସହ ଦେୟ ମୁକ୍ତ କୂପନ ସଂଗ୍ରହ କରିବା ପାଇଁ ସଂଚୟ କର୍ତ୍ତା ଙ୍କୁ ଅନୁରୋଧ କରାଯାଇଥିଲା।ଯାହା ଫଳରେ ସରକାରଙ୍କ ପକ୍ଷରୁ ସେମାନେ ଲଟେରୀ ମାଧ୍ୟମରେ ଥିବା ଆର୍ଥିକ ସୁବିଧା ପାଇବାର ସୁଯୋଗ ଲାଭ କରି ପାରିବେ।କାର୍ଯ୍ୟକ୍ରମ ରେ ସ୍ଥାନୀୟ ଲୋକ ପ୍ରତିନିଧି, ଅଙ୍ଗନବାଡି କର୍ମୀ,ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଓ ସାଧାରଣ ଲୋକ ଯୋଗ ଦେଇଥିଲେ।ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଭଳି ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇ ଲୋକ ମାନଙ୍କୁ ଡିଜିଟାଲ ମାଧ୍ୟମରେ ଆର୍ଥିକ କାରବାର ସମ୍ପର୍କରେ ସଚେତନ କରାଯିବା ସହ ଡାକ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଉଛି ବୋଲି ସ୍ବଳ୍ପ ସଂଚୟ ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *