ମୁଣ୍ଡ ପୋତା କେଳା ଙ୍କ ଜୀବନୀ ଆଧାରିତ ଗବେଷଣାତ୍ମକ ଚଳଚ୍ଚିତ୍ର ଅପରାହ୍ନ ର ସୂର୍ଯ୍ୟ ମାଧବ ହଲ୍ ରେ ଶୁଭାରମ୍ଭ କଲେ ଜିଲ୍ଲାପାଳ
ଭଦ୍ରକ , ତା ୩୧.୧.୨୫ । ମାଧବ ସିନେମା ହଲ ରେ ଆଜି ଶୁଭମୁକ୍ତି ହେଲା ସକାଳ ସୋ ୧୦ଟା ରେ ଚଳଚ୍ଚିତ୍ର ଅପରାହ୍ନର ସୂର୍ଯ୍ୟ।ଏହା ୪୦ ବର୍ଷ ତଳର ମୁଣ୍ଡ ପୋତା କେଳା ଙ୍କ ଜୀବନୀ ଉପରେ ଆଧାରିତ ଏକ କାହାଣୀ । ଏହି ଚଳଚ୍ଚିତ୍ର ଅପରାହ୍ନର ସୂର୍ଯ୍ୟ ଭଦ୍ରକ ଜିଲ୍ଲା ପାଇଁ ଶୁଭାରମ୍ଭ କଲେ ମୁଖ୍ୟ ଅତିଥି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଙ୍କ ସହିତ ଚଳଚ୍ଚିତ୍ର ର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଜୟ ମହାନ୍ତି,କଳାକାର କଳିଙ୍ଗ ଦାଶ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଆନ୍ଧ୍ର ପ୍ରଦେଶ ର ହେଇଥିଲେ ମଧ୍ୟ ପୁରୁଷ ପୁରୁଷ ଧରି ବ୍ରହ୍ମପୁର ଅଞ୍ଚଳ ରୁ ଗାଁ କୁ ଗାଁ ବୁଲି ମୁଣ୍ଡ ପୋତାଖେଳ ଦେଖାନ୍ତି । ସେଇ ଥିରୁ ଯାହା ମିଳେ ସେଇ ତାଙ୍କର ବରଷ ଯାକର ତେଲ ଲୁଣ ଖର୍ଚ।ସେମାନେ ଏବେ ଆଉ ନାହାନ୍ତି । ବୁଡି ଯାଇଥିବା ଲୋକ କଳା ଉପରେ ଆଧାରିତ ଏଇ ସିନେମା।ଏଥିରେ ମୁଖ୍ୟ ଭୂମିକାରେ ପ୍ରମୋଦ ଦାସ, ଜୟା ସ୍ବାମୀ, ମୁନ ମୁନ୍ ଖୁଣ୍ଟିଆ,ଅଜୟ ମହାନ୍ତି, (ମାନଭି ଭଦ୍ରା,ଶୁଭମ ସାହୁ) ଶିଶୁ କଳାକାର,ଜାନକୀ ମିଶ୍ର , ସୁସନ୍ଧ୍ୟା ନାରାୟଣୀ ମହାନ୍ତି,ରାହୁଲ ବିନ୍ଧାଣି ଓ ସୋମନାଥ ଦାସ। ପରିବାର ସହ ଆସି ଦେଖି ପାରିବା ଭଳି ଏହି ଚଳଚ୍ଚିତ୍ର ବୋଲି ପ୍ରଯୋଜକ ପ୍ରକାଶ କରିଥିଲେ ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ
