ଶ୍ରୀଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ

Lପୁରୀ, ଓଡିଶା – ବହୁ ପ୍ରତୀକ୍ଷିତ ଶ୍ରୀଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ, ଯାହା ୨ରୁ ୧୦ ଫେବୃଆରୀ ୨୦୨୫ ମଧ୍ୟରେ ହେବାକୁ ଥିଲା ତାହା ପରିବର୍ତ୍ତନ କରାଯାଇଛି। ବୃହତ୍ ମହାକୁମ୍ଭ ମେଳାକୁ ଦୃଷ୍ଟିରେ ରଖି ଏହି ମହାଯଜ୍ଞ ୨ରୁ ୧୦ ମାର୍ଚ୍ଚ ୨୦୨୫ ହେବାକୁ ଅନୁଷ୍ଠାନ ପକ୍ଷରୁ ସ୍ଥିର କରାଯାଇଛି।ପ୍ରୟାଗରାଜରେ ହେଉଥିବା ମହାକୁମ୍ଭ ମେଳା ବିଶ୍ୱର ଏକ ବୃହତ୍ ଧାର୍ମିକ ଆୟୋଜନ। ଏହାର ଫଳ ସ୍ବରୂପ ଅନେକ ଭକ୍ତ ମହାକୁମ୍ଭରେ ଯୋଗଦେବା ନିମନ୍ତେ ଯାଇଥିବାରୁ, ଅଷ୍ଟଲକ୍ଷ୍ମୀ ମହାଯଜ୍ଞର ସମାବେଶରେ ଯୋଡ଼ିହେବାର ସୁଯୋଗ ହାରାଇବାର ଆଶଙ୍କା ଥିଲା। ଏହାକୁ ଦୃଷ୍ଟିରେ ରଖି, ଆମ ଆୟୋଜନ କମିଟି ଫେବୃଆରୀ ପରିବର୍ତ୍ତେ ମାର୍ଚ୍ଚ ୨ର ତାରିଖକୁ ଚୟନ କରିଛି, ଯାହା ଧାର୍ମିକ ଦୃଷ୍ଟିରୁ ସମାନ ଶୁଭ ତିଥି ରୂପେ ଗ୍ରାହ୍ୟ।ଯଜ୍ଞର ଶେଷ ଦିନ ମାର୍ଚ୍ଚ ୧୦ ତାରିଖ ଫାଲଗୁନ ଶୁକ୍ଳ ଏକାଦଶୀ ଦିନ ପୂର୍ଣ୍ଣାହୂତି କରାଯିବ ଏବଂ ମାର୍ଚ୍ଚ ୧୧ ତାରିଖ ପବିତ୍ର ଗୋବିନ୍ଦ ଦ୍ୱାଦଶୀ ଦିନ ମହାଲଷ୍ମୀଙ୍କର ମୁଣ୍ମୟୀ ମୂର୍ତ୍ତିର ବିସର୍ଜନ ସହ ସାଧୁ ସନ୍ଥ, ଭକ୍ତ ଏବଂ ପଣ୍ଡିତ ମାନଙ୍କ ଗହଣରେ ଶ୍ରୀକ୍ଷେତ୍ର ମହୋଦଧିରେ ଗୋବିନ୍ଦ ଦ୍ୱାଦଶୀ ତିଥିରେ ବୁଡ଼ ପକାଇ ଯଜ୍ଞର ସମାପନ କରାଯିବ। ଆମର ବିନମ୍ର ଅନୁରୋଧ, ସମସ୍ତ ଭକ୍ତ ଏବଂ ଆଗ୍ରହୀ ଲୋକମାନେ ଏହି ତାରିଖ ପରିବର୍ତ୍ତନକୁ ଗ୍ରହଣ କରନ୍ତୁ ଏବଂ ଏହି ପବିତ୍ର ଅବସରରେ ଯୋଗଦେବାକୁ ନିଶ୍ଚିତ କରନ୍ତୁ।

Leave a Reply

Your email address will not be published. Required fields are marked *