ରାଢ଼ଙ୍ଗରେ ଅଗ୍ନିକାଣ୍ଡ


ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ରଘୁନାଥପୁର ତହସିଲ ଅନ୍ତର୍ଗତ ରାଢ଼ଙ୍ଗ ଗ୍ରାମରେ ପଞ୍ଚାନନ ଲେଙ୍କାଙ୍କର ତିନି ବଖରା ଚାଳ ଘର ବିଦ୍ୟୁତ୍ ସର୍ଟ ସର୍କିଟ ହୋଇ ସଂପୂର୍ଣ୍ଣ ଜଳି ଯାଇଛି। ଆଜି ସନ୍ଧ୍ୟା ୫ ଘଟିକା ସମୟରେ ବିଦ୍ୟୁତ୍ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିଲା। ଆଜି ଦିନ ସାରା ପ୍ରାୟ ବିଦ୍ୟୁତ୍ ବିତରଣ ବନ୍ଦ୍ ଥିଲା। ସନ୍ଧ୍ୟା ପାଞ୍ଚଟା ସମୟରେ ଯେତେବେଳେ ହଠାତ୍ କରେଣ୍ଟ ଆସିଲା ସେତେବେଳେ ପଞ୍ଚାନନଙ୍କ ଚାଲଘରେ ଲାଗିଥିବା ବିଦ୍ୟୁତ୍ ବୋର୍ଡରେ ନିଆଁ ବାହାରିଥିଲା। ପାଖରେ ପଲିଥିନ ପାଲ ରହିଥିବାରୁ ନିଆଁ ଧରିବାକୁ ସହଜ ହେଲା ଏବଂ ଖୁବ୍ କମ୍ ସମୟ ମଧ୍ୟରେ ତିନି ବଖରା ଚାଳ ଘର ସଂପୂର୍ଣ୍ଣ ଜଳିଗଲା। ଗ୍ରାମବାସୀମାନେ ନିଆଁ ଲିଭାଇଥିଲେ। ରଘୁନାଥପୁରରୁ ଦମକଳ ଆସି ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଚାଳଘର ଭିତରେ ଥିବା ଧାନ, ଚାଉଳ ପ୍ରାୟ ଦଶ ବସ୍ତା, ଲୁଗାପଟା, ବାସନ କୁସନ ସବୁ ଜଳି ପାଉଁଶ ହୋଇଗଲା। ଅଗ୍ନିକାଣ୍ଡ ଖବର ପାଇ ସରପଂଚ ସୁଶିଲ ବାରିକ୍ ପଞ୍ଚାନନଙ୍କ ଘରେ ପହଞ୍ଚି ଗଭୀର ଦୁଃଖ ପ୍ରକାଶ କରିଥିଲେ।

ଜଗତସିଂହପୁର ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ ରିପୋର୍ଟ ନିଉଜ ଓଡ଼ିଆ ।

Leave a Reply

Your email address will not be published. Required fields are marked *