ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ :ଅଦ୍ଯ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଆସିକା ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ଗୌଡଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ସ୍ୱାଇଁ,ଗାଇଡ କ୍ୟାପଟେନ ଗୀତାଞ୍ଜଳି ସାବତ ଓ ଦାଶରଥି ମହାପାତ୍ର , ରବିନ୍ଦ୍ର କୁମାର ସାହୁ, ବାଇଧର ପ୍ରଧାନ, ପ୍ରଭାସ କୁମାର ସାହୁ . ନିତ୍ୟାନନ୍ଦ ସାହୁ, କୃତିବାସ ମହାପାତ୍ର. ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍କାଉଟ ଓ ଗାଇଡ ମାନେ ସଡ଼କ ସୁରକ୍ଷା ସଚେତନତାର ନାରା ଦେଇ ନଗର ପରିକ୍ରମା କରିଥିଲେ।ଏହି ଅବସର ରେ ବିଦ୍ୟାଳୟ ମଧ୍ୟରେ ଏକ ପଥପ୍ରାନ୍ତ ନାଟକ ମାଧ୍ୟମ ରେ କିପରି ସଡକ ରେ ଯିବା ଆସିବା ସମୟ ରେ କିପରି ନିତି ନିୟମ ମାନି ଚାଲିଲେ ଦୁର୍ଘଟଣା କୁ ରୋକା ଯାଇ ପାରିବା ସହ ଅନ୍ୟ ର ଜୀବନ କୁ ମଧ୍ୟ ରକ୍ଷା କରା ଯାଇପାରିବ |ଏଥିରେ ଭାଗ ନେଇଥିବା ପ୍ରତିଭାଗ ମାନଙ୍କ ପୁରସ୍କାର ପ୍ରଦାନ କରାଯାଇଥିଲା


ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *