ବିଜେପି ପକ୍ଷରୁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ
କାମାକ୍ଷାନଗର ବିଜେପି ପକ୍ଷରୁ ଜାତୀୟ କଂଗ୍ରେସର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି l ଜାତୀୟ କଂଗ୍ରେସ ର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଭାରତ ର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ର ବିରୋଧ କରାଯାଇଥିଲା l କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତା ମାନେ ସହର ଜଗନ୍ନାଥ ବଜାର ଛକଠାରେ ସନ୍ଧ୍ୟା ରେ ଏକତ୍ରିତ ହୋଇ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ବିଭିର୍ନ୍ନ ସ୍ଲୋଗାନ ଦେବା ସହିତ ସେମାନଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ l
