ଆର. ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ

ଆର. ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ।

ପ୍ରତାପପୁର :ଆର. ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ଅଷ୍ଟ ଦିବସୀୟ ମହିଳା ଆତ୍ମ ସୁରକ୍ଷା ତାଲିମ୍ ଶିବିର, ଗତ ୨୪ ଜାନୁୟାରୀ ୨୦୨୫ ତାରିଖ ରେ ଶୁଭାରମ୍ଭ ହୋଇ, ଆଜି ତଥା ଅନ୍ତିମ ଦିବସ ରେ, ଅଧ୍ୟକ୍ଷା ଶ୍ରୀମତୀ ମିନାକ୍ଷୀ ନାୟକଙ୍କ ପୌରୋହିତ୍ଯରେ ଉଦଯାପନୀ ଉତ୍ସବ ଆୟୋଜିତ ହୋଇଥିଲା, ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଦାସ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆତ୍ମ ସୁରକ୍ଷା ତାଲିମ୍ ଗ୍ରହଣର ଉପାଦେୟତା ଓ ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସଂଯୋଜକ ନିହାର ରଞ୍ଜନ ଦାଶ, ଆୟୋଜିତ କାର୍ଯ୍ୟକ୍ରମର ପ୍ରଶିକ୍ଷିକା ଭାବେ ଅଚନା ଦାଶ ଯୋଗ ଦେଇ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ୬୨ ଜଣ ଛାତ୍ରୀ ଅ ଅଂଶଗ୍ରହଣ କରିଥିଲେ ଏବଂ ପରିଶେଷରେ ବିଦ୍ୟାଳୟର କ୍ରିଡା ଶିକ୍ଷକ କାଳୁ ଚରଣ ମହାଙ୍କୁଡ଼ ଛାତ୍ରୀ ପ୍ରଶିକ୍ଷାତୀ ମାନଙ୍କୁ ଆତ୍ମ ସୁରକ୍ଷା ନେଇ ନିଜେ ସୁରକ୍ଷିତ ରହି ନିଜ ସମାଜ ଏବଂ ଆଖ ପାଖ ଅଞ୍ଚଳରେ ମହିଳା ସୁରକ୍ଷା ସମ୍ପର୍କ ରେ ସଚେତନତା କରିବା ପାଇଁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ, ଏଥିରେ ବିଦ୍ୟାଳୟର ସମସ୍ତ ଅଧ୍ୟକ୍ଷ ଅଧ୍ୟକ୍ଷା ପରିଚାଳାନାରେ ସହଯୋଗ କରିଥିଲେ ଏବଂ ପରିଶେଷରେ ପ୍ରମାଣ ପତ୍ର ସହ ଜଳପାନର ବ୍ୟବସ୍ଥା କରାଯାଇଥିଲା

Leave a Reply

Your email address will not be published. Required fields are marked *