ଅଲଣାହାଟ ହାଇସ୍କୁଲ ରେ ଗୁରୁ ଦିବଂଗତ ବୈକୁଣ୍ଠନାଥ ଆଚାର୍ଯ୍ୟ ଙ୍କ ଶତ ଜନ୍ମ ବାର୍ଷିକ ଉତ୍ସବ ପାଳିତ

ନାଉଗାଁ ବ୍ଲକ ଅନ୍ତର୍ଗତ ସର୍ବ ପୁରାତନ ଅଲଣାହାଟ ହାଇସ୍କୁଲ ରେ ଶିକ୍ଷାଗୁରୁ ଦିବଂଗତ ବୈକୁଣ୍ଠନାଥ ଆଚାର୍ଯ୍ୟ ଙ୍କ ଶତ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ବିଦ୍ୟାଳୟ ର୍ ଆଲୁମୁନି ଆସୋସିଏସନ ର ସଭାପତି ପ୍ରକାଶ ଚନ୍ଦ୍ର ରାୟ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ, ଆଡଭୋକେଟ ଜେନେରାଲ ଶ୍ରୀଯୁକ୍ତ ପିତାମ୍ବର ଆଚାର୍ଯ୍ୟ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଓ ମୁଖ୍ୟ ବକ୍ତା ଭାବେ ଡ଼ଃ ସୁଲୋଚନା ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ସ୍ୱାଗତ ବୈକୁଣ୍ଠ ନାଥ ଆଚାର୍ଯ୍ୟ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ । ପରେ ଆଲୁମୁନି ଆସୋସିଏସନ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଦ୍ୟାଳୟ ର ସ୍ମରଣୀକା ଉନ୍ମୋଚନ କରାଯାଇଥିଲା ।

ଜଗତସିଂହପୁରରୁ ରୀତା ସାହୁ

Leave a Reply

Your email address will not be published. Required fields are marked *