ଜିଲ୍ଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ମାଘ ମେଳା ପାଇଁ ସମସ୍ତ କାର୍ଯ୍ୟ ଶେଷ
କୋଣାର୍କ 01/02/2025
ପୁରୀ ରଥଯାତ୍ରା ପରେ କୋଣାର୍କ ମାଘ ମେଳା ପୁରୀ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା।ଦେଶ ବିଦେଶରୁ ଲକ୍ଷ୍ୟାଧିକ ଶ୍ରନ୍ଧାଳୁ ଆସି ମାଘମେଳା ବୁଲିବା ସହ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇ ପରିବାର ମଙ୍ଗଳ କାମନା କରିବା ସହ ଆରୋଗ୍ୟ ଲାଭ କରିଛନ୍ତି ବୋଲି ବିଶ୍ବାସ ରହିଛି।ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବେବସ୍ଥା ଶେଷ ହୋଇଥିବା ବେଳେ ଅପେକ୍ଷା ରହିଛି ଆଉ ଦୁଇଦିନ କିପରି ଶ୍ରନ୍ଧାଳୁ ଓ ସୂର୍ଯ୍ୟ ଭକ୍ତମାନେ ବୁଡ ପକାଇବେ ସେଥିପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି। କୋଣାର୍କ ରୁ ଦେଖିବା ଏ ରିପୋର୍ଟ।
ଯେଉଁ ସମୟରେ ମାଘମେଳା ଆସେ ଜିଲ୍ଲା ପ୍ରଶାସନ ବା ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧା ହୋଇଥାଏ।ଚନ୍ଦ୍ରଭାଗା ତ୍ରୀର୍ଥ ପୁସ୍କରିଣୀ ଓ ମାଘ ପଡିଆ କିପରି ସଫାସୁତୁରା ସହ ପୁଷ୍କରିଣୀ ଖଣ୍ଡନ କରିବା ଏବଂ ଲାଇଟି, ବାରିକେଟ୍, ସୁରକ୍ଷା ବେବସ୍ଥା, ରାସ୍ତା ଘାଟ ମରାମତି ଓ ପିଇବା ପାଣି ଆଦି କାର୍ଯ୍ୟ ମାଘମେଳା ଥିବା ଏକମାସ ପୂର୍ବରୁ ଆରମ୍ଭ କରିଥିବା ବେଳେ ତ୍ରୀର୍ଥ ପୁଷ୍କରଣୀକୁ ସଠିକ୍ ଭାବରେ ଖଣ୍ଡନ କରାନଯାଇ ତରବରିଆ ଭାବରେ କରାଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଓ ଭକ୍ତଙ୍କ ଅସନ୍ତୋଷ ପ୍ରକାଶ ପାଇଛି। ବିଶ୍ୱ ପ୍ରସିଦ୍ଧ କୋଣାର୍କ ମାଘ ସପ୍ତମୀ ତ୍ରୀର୍ଥ ପୁଷ୍କରଣୀ ରେ ତିନି ଠାକୁର ତ୍ରୀବେଣିଶ୍ବର,ଦକ୍ଷିଣେଶ୍ବର,ଐଶାନେଶ୍ବର କିପରି ଆସି ଗାଧେଇବା ପରେ ଭକ୍ତ ଓ ଶ୍ରନ୍ଧାଳୁ ମାନେ ବୁଡ ପକାଇବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନୋଟି ବୈଠକ ଅନୁଷ୍ଠିତ ହୋଇଥିଲା।ତ୍ରୀର୍ଥ ପୁଷ୍କରିଣୀ ପରିସ୍କାର କରିବା ସହ ପିଇବା ପାଣି ,ଲାଇଟି, ଜାଣେଣି କାଠ , ରାସନ ସାମଗ୍ରୀ କିପରି ସୁଲଭ ମୂଲ୍ୟରେ ଶ୍ରନ୍ଧାଳୁ ମାନେ ପାଇବେ ସେଥିପାଇଁ ସମସ୍ତ ବେବସ୍ଥା କରାଯାଇଥିବା ବେଳେ ପ୍ରସିଦ୍ଧ ମାଘ ବୁଡ଼ ପାଇଁ ଓଡିଶାର କୋଣ ଅନୁକୋଣ ରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ନିକଟକୁ ଆସି ଚନ୍ଦ୍ରଭାଗା ନଦୀରେ ବୁଡ ପକାଇ ସୂର୍ଯ୍ୟ ଉଦୟ ଦେଖିବା ପରେ ସୂର୍ଯ୍ୟ ମନ୍ଦିର ବୁଲି ନବଗ୍ରହ ପୂଜାର୍ଚ୍ଚନା କରି ଫେରିଯିବେ ସେଥିପାଇଁ ସଜାଗ ରହିଛି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ।ଏହି ଦୁଇଦିନ ସୂର୍ଯ୍ୟ ମନ୍ଦିର ବୁଲିବା ପାଇଁ ଟିକେଟ ଲାଗି ନଥାଏ।
ଫେବୃଆରୀ ୩ତାରିଖରେ ସୂର୍ଯ୍ୟ ଭକ୍ତ ଓ ଶ୍ରନ୍ଧାଳୁ ମାନେ ଆସି ଚନ୍ଦ୍ରଭାଗା ମେଳା ପଡିଆରେ କୁଡିଆ ତିଆରି କରି ମାଟି ହାଣ୍ଡିରେ ସୁକୁଆ ଡାଲମା ପ୍ରସ୍ତୁତ କରି ଖାଇବା ପରେ ହାଣ୍ଡିଭଙ୍ଗା ଗାଡିଆରେ ମାଟିହାଣ୍ଡିକୁ ଭାଙ୍ଗି ପବିତ୍ର ମାଘ ସପ୍ତମୀ ଓ ପ୍ରସିଦ୍ଧ ଚନ୍ଦ୍ରଭାଗା ପୁଷ୍କରିଣୀ ରେ ବୁଡ ପକାଇବା ପାଇଁ ଅପେକ୍ଷା କରିଥିବା ବେଳେ ପରମ୍ପରା ଅନୁଯାୟୀ ତ୍ରିବେଣିଶ୍ୱର , ଦଖିଣେଶ୍ୱର ଓ ଐଶାନେଶ୍ୱର ମହାପ୍ରଭୁମାନେ ବିମାନରେ ବଜୟ କରି ୩ତାରିଖ ରାତ୍ର ୯ଟା ୪୫ ମିନିଟ ଠାରୁ ୧୦ଟା ୧୬ଭିତରେ ବିମାନ ବିଜୟ ପରେ NAC କାର୍ଯ୍ୟାଳୟ ପରିସରରେ ଭୋଗ ଖାଇବେ ୧୨ ଟାରୁ ୧ଟା ୧୬ ମଧ୍ୟରେ ଶେଷ କରିବା ବେଳେ ତ୍ରୀର୍ଥପୁଷ୍କରିଣୀ ଅଭିମୁଖେ ତିନିଠାକୁର ବାହାରି ମେଳାପଡିଆରେ ୪ଟା ଭିତରେ ପହଞ୍ଚି ଠାକୁରଙ୍କ ମହାସ୍ନାନ ଓ ନୀତି କାନ୍ତି ପରେ ସାଧୁସନ୍ଥଙ୍କ ଦ୍ୱାରା ମହା ଆଳତୀ ପରେ ଶ୍ରଦ୍ଧାଳୁମାନେ ୪ଟା ୩୭ରେ ବୁଡ ପକାଇବେ। ର୍ପୌରାଣିକ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନଙ୍କ ପୁତ୍ର ଶାମ୍ବ ଏହି ଦିନରେ ଚନ୍ଦ୍ରଭାଗା ନଦୀରେ ସ୍ନାନ ପରେ ସୂର୍ଯ୍ୟ ଦେବଙ୍କୁ ପୂଜାର୍ଚ୍ଚନା କରି କୃଷ୍ଣ ରୋଗରୁ ମୁକ୍ତ ହୋଇଥିଲେ ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀ ମାନେ ଏହି ପବିତ୍ର ଦିନରେ ଚନ୍ଦ୍ରଭାଗା ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି । ସେଥିପାଇଁ ବାରମ୍ବାର ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ କୋଣାର୍କ ଆସି ମେଳାପଡିଆ ସହ ତ୍ରୀର୍ଥପୁଷ୍କରିଣୀ ପରିଦର୍ଶନ କରୁଥିବା ବେଳେ ସୁରକ୍ଷା କୁ ଦୃଷ୍ଟିରେ ରଖି ୨୧ ପ୍ଲାଟୁନ ଫୋର୍ସ ୨୦ ଜଣ DSP 70 ଜଣ iic ସହ ପୁରୀ ଆରକ୍ଷୀ ଅଧିକାରୀ ଉପସ୍ଥିତ ରହିବା ସହ ଭୂବନେଶ୍ୱର ରୁ ଆସୁଥିବା ବଡଗାଡି କୋଣାର୍କ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ରହିବା ବେଳେ ପୁରୀରୁ ଆସିବା ଗାଡି ରାମଚଣ୍ଡୀ ପିଠରେ ରହିବେ। ଛୋଟ ଛୋଟ ଚାରିଢ଼କିଆ ଗାଡି ହେଲିପ୍ୟାଡରେ ରହିବାର ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ କିପରି ଶାନ୍ତି ସୁଖଳାରେ ବୁଡ଼ ପକାଇବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବେବସ୍ଥା ଶରିବାକୁ ବସିଛି। ଶାନ୍ଧୁ ସନ୍ତ ମାନଙ୍କ ପାଇଁ ସୋତନ୍ତ୍ର ବେବସ୍ଥା କରାଯାଇଛି। ଆଉ ଅପେକ୍ଷା ମାତ୍ର ଦୁଇଦିନ।
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ
