ବ୍ୟାସନଗର ପୌର ପରିଷଦ ଧବଳଗିରି ସ୍ଥିତ ବ୍ୟାସନଗର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ବ୍ୟାସନଗର ପୌର ପରିଷଦ ଧବଳଗିରି ସ୍ଥିତ ବ୍ୟାସନଗର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ,ନୂତନ ଶିକ୍ଷାନୀତିକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ l

ଆଜି ମହାବିଦ୍ୟାଳୟର ପ୍ରିନ୍ସପାଲଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ଦାସନାୟକ କିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥୁବା ନୂତନ ଶିକ୍ଷା ନୀତିରେ ଛାତ୍ର ଛାତ୍ରୀ ମାନଙ୍କର ବିକାଶ ହେବ ଆଲୋଚନା କରିଥିଲେ l ଏଥିସହିତ ଉପସ୍ଥିତ ଅତିଥି ମାନେ ମହାବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ଆଜିର ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଧ୍ୟାପକ,ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *