ଜାତୀୟ ସ୍ୱାସ୍ଥ୍ୟ ମିଶନ ର ବ୍ୟାପକ ଦୁର୍ନୀତି

ସରକାର ଙ୍କ ନିଷ୍ପତ୍ତି କୁ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଅବମାନନାଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କୋଟି କୋଟି ଟଙ୍କା ର ଦୁର୍ନୀତି ଅଭିଯୋଗ ଅନେକ ଖବର କାଗଜ ଓ ଗଣମାଧ୍ୟମ ରେ ପ୍ରଚାର ପ୍ରସାର ହେବା ପରେ, ଏହା ସରକାର ଙ୍କ ନଜରକୁ ଆସିଥିଲା । ସରକାରୀ ସ୍ତରରେ ଏହାର ଅନେକ ଆଲୋଚନା ସମାଲୋଚନା ହେବା ପରେ, ସରକାର ସମସ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ଙ୍କ ବଦଳି ପାଇଁ ଦୃଢ଼ ନିଷ୍ପତ୍ତି ନେଇଥିବା ଦୃଷ୍ଟି କୁ ଆସିଛି। ଯାହାକି ମିଶନ ଡାଇରେକ୍ଟର ଙ୍କ ଚିଠି ନଂ ୧୪୯୩୩/ ତା ୨୮/୧୧/୨୦୨୪ ରିଖ ଅନୁଯାୟୀ ସମସ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚରୀମାନଙ୍କୁ ଅନ୍ୟତ୍ର ବଦଳି ନିମନ୍ତେ ସମସ୍ତ ଜିଲ୍ଲା ପାଳ ଙ୍କୁ ଚିଠି କରାଯାଇଥିଲେ ମଧ୍ୟ ତାହାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନଜର କୁ ଆସୁନାହିଁ । ତେଣୁ ଏହା ପଛରେ କି ପ୍ରକାର ଷଡ଼ଯନ୍ତ୍ର ଚାଲିଛି ତାହା ସ୍ପଷ୍ଠ ହୋଇ ପାରୁ ନ ଥିବାରୁ ସାଧାରଣ ରେ ଏହା ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ମାନେ ଛାତି ଫୁଲାଇ ବାଟ ଚାଲୁଥିବା ନଜର କୁ ଆସୁଛି। ଯାହାକି ମିଶନ ଡାଇରେକ୍ଟର ଙ୍କ ଚିଠି ଓ ସରକର ଙ୍କ ନିଷ୍ପତ୍ତି ଏଠି ଫିକା ପଡ଼ିବା ଓ ମିଶନ ଡାଇରେକ୍ଟର ଙ୍କୁ ଅବମାନନା ହେଉଛି ବୋଲି ଜଣା ଯାଉଛି।

Leave a Reply

Your email address will not be published. Required fields are marked *