ବନ୍ୟ ବିଭାଗ ଓ ଉତ୍ସର୍ଗ ପରିବାର ର ମିଳିତ ସହଯୋଗ ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l
ଗୋପ:- ପ୍ରତି ବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଗୋପ ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟ ପରିସର ରେ ରେଞ୍ଜର ସୁଦର୍ଶନ ଦେହୁରୀ , ଅଗ୍ନିଶମ ବିଭାଗ କେନ୍ଦ୍ର ଅଧିକାରୀ ମହମଦ ଜୁମନ ଏବଂ ଉତ୍ସର୍ଗ ପରିବାର ପ୍ରତିଷ୍ଠାତା ସମ୍ପାଦକ ତଥା ପ୍ରକୃତିବନ୍ଧୁ ବିଷ୍ଣୁ ମୋହନ ପ୍ରଧାନ ଙ୍କ ଅଧକ୍ଷତାରେ ଏକ ଜଙ୍ଗଲ ନିଆଁ କୁ ନିୟନ୍ତ୍ରଣ କରାଯିବ ସେଥିପାଇଁ ଏକ ପ୍ରଶିକ୍ଷଣ କର୍ମଶାଳା ଗୋପ ବନ୍ୟପ୍ରାଣୀ ବିଭାଗ ପରିସରରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଗୋପ ବ୍ଲକ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଉତ୍ସର୍ଗ ପରିବାର ” ଓ ଗୋପ ର ବାୟାକୁଦା ଠାରେ ଥିବା ଅଗ୍ନିଶମ ବିଭାଗ ର ମିଳିତ ସଦଯୋଗ ରେ ଅନୁଷ୍ଠିତ ହୋଇଯାଇଛି l ଯେହେତୁ ବର୍ତମାନ ଠାରୁ ଗ୍ରୀଷ୍ମ ର ପ୍ରଭାବ କ୍ରମଶଃ ବୃଦ୍ଧି ପାଉଥିବାରୁ ବନାଞ୍ଚଳ ଜଙ୍ଗଲ ଆଦିରେ ନିଆଁ ଲାଗିଲେ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେହି ବିଷୟରେ ବନ କର୍ମଚାରୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ଗୋପ ଅଗ୍ନିଶମ ବାହିନୀ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଥିଲା l କିଭଳି ଭାବରେ ଜଙ୍ଗଲ ରେ ନିଆଁ ନ ଲାଗିବ ସେହିସବୁ ବିଷୟରେ ସ୍ଥାନୀୟ ଲୋକମାନଙ୍କ ଭିତରେ ଅଧିକ ରୁ ଅଧିକ ସଚେତନତା ସୃଷ୍ଠି କରିବାପାଇଁ ନିଷ୍ପତି ନିଆଯାଇଥିଲା l ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ କୁ ଅଗ୍ନିଶମ ବିଭାଗ ର ଫାୟାର ମ୍ୟାନ ନାରାୟଣ ପାତ୍ର, ନିରଞ୍ଜନ ବେହେରା, ତୋଫାନ ଦାସ, ସୁମିତ୍ର ରଞ୍ଜନ ବେହେରା ପ୍ରମୁଖ ଅଗ୍ନିଶମ ବାହିନୀର ସଦସ୍ୟ ଙ୍କ ଦ୍ଵାରା ପ୍ରଶିକ୍ଷଣ ଦିଆଯାଇଥିଲା l ବନବିଭାଗ ତରଫରୁ ବନପାଳ ପ୍ରଦୀପ କୁମାର ପ୍ରାଣିଗ୍ରାହୀ, ବନପାଳ ପ୍ରସନ କୁମାର ପତି, ବନପାଳ ବିଜୟଲକ୍ଷ୍ମୀ ବଳ,ବନରଖି ପୁଷ୍ପାଞ୍ଜଳି ଦାସ ପ୍ରମୁଖ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଉତ୍ସର୍ଗ ପରିବାର ତରଫରୁ ପ୍ରଶିକ୍ଷଣ କର୍ମଶାଳା ରେ ଯୋଗଦେଇଥିଲେ ଅମୁଲ୍ୟ ପ୍ରଧାନ, ଜଗବନ୍ଧୁ ବାରିକ, ଦିପ୍ତୀରଞ୍ଜନ ପ୍ରଧାନ, ତୃପ୍ତିରଞ୍ଜନ ପ୍ରଧାନ, ତପୁନା ଭୋଇ, ଆଲୋକ ଭୋଇ, ଜୟ ପ୍ରକାଶ ଲେଙ୍କା, ସୁକାନ୍ତ ପ୍ରଧାନ ପ୍ରମୁଖ ସ୍ବେଛାସେବୀ ମାନେ ପ୍ରଶିକ୍ଷଣ ନେଇଥିଲେ l
