ଗୋପ ରେ କସ୍ତୁରୀବାଳା ସୋସିୟାଲ ଫାଉଣ୍ଡେସନ ପକ୍ଷରୁ ମାଗଣା ଚଖୁ ଚିକିତ୍ସା ଶିବିର ଅନୁଷ୍ଠିତ l

ଗୋପ :-୦୧/୦୨/୨୫ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଗୋପ ପଞ୍ଚାୟତ ଥିବା ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହାକୁ ନିମାପଡା ନିର୍ବାଚନ ମଣ୍ଡଳୀର ଜଣାଶୁଣା ସମାଜସେବୀ କସ୍ତୁରୀବାଳା ସ୍ୱାଇଁ ଙ୍କ ଗଠିତ ସଂସ୍ଥା “କସ୍ତୁରୀବାଳା ସୋସିୟାଲ ଫାଉଣ୍ଡେସନ ” ଦ୍ଵାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଗୋପ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ପଢ଼ିଆରୀ ଓ ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରିଣୀ ଡ଼କ୍ଟର ଯସ୍ମୀନ ଆପ୍ରୋଜ ଏବଂ ପୂର୍ବତନ ଉପାଧକ୍ଷ ନିରଞ୍ଜନ ମହାପାତ୍ର l

ଫାଉଣ୍ଡେସନର ଅଧ୍ୟକ୍ଷ ବା ସମାଜସେବୀକା କସ୍ତୁରୀବାଳା ସ୍ୱାଇଁ ପୂର୍ବରୁ ଗୋପ ନିମାପଡା ବଳଙ୍ଗା ଆଦି ଅଞ୍ଚଳରେ ସହାୟତା ର ହାତ ବଡାଇ ବେଶ ପ୍ରଶଂସିତ ହୋଇଛନ୍ତି l ତାଙ୍କର ଏହି ମହାନୀୟତା କାର୍ଯ୍ୟ ପାଇଁ ଗୋପ ରେ ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସାଧୁବାଦ ଜଣାଇଛନ୍ତି । ଗୋପ ଓ ଏହାର ଆଖପାଖ ଗ୍ରାମାଞ୍ଚଳର ନିରୀହ ଗରିବ ବ୍ୟକ୍ତି ବିଶେଷମାନେ ଯେପରି ହାତ ପାହାନ୍ତରେ ସ୍ୱାସ୍ଥ୍ୟ ଜନିତ ସମସ୍ତ ସେବା ପାଇପାରିବେ ସେଥିପାଇଁ ଏହା ଟଙ୍କାର ଏକ ଚୋଟ ପ୍ରାୟ ବୋଲି ଶ୍ରୀମତୀ ସ୍ୱାଇଁ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ସୁଲଚନା ଦାସ,ବୁଦ୍ଧିଜୀବୀ , ନିଃସ୍ୱାର୍ଥପର ଯୁବ ସଙ୍ଘଠନ ର ସଭାପତି ରତ୍ନାକର ସେଠି ଓ ତାଙ୍କ ସହଯୋଗୀ ଉପସ୍ଥିତ ରହି ସହଯୋଗ କରିଥିଲେ ।ଏହି ମାଗଣା ଆଖି ଶିବିରରେ ଗୋପ ଅଞ୍ଚଳରୁ ଶତାଧିକ ଲୋକ ଆସି ମାଗଣାରେ ଆଖି ପରୀକ୍ଷା କରିଥିଲେ । ମାଗଣା ରେ ଆଖି ଅସ୍ତ୍ରୋପଚାର କରିବା ପାଇଁ ୨୦ ରୁ ଉର୍ଦ୍ଧ୍ବ ବୁଦ୍ଧ ବୁଦ୍ଧା ଚିହ୍ନଟ କରାଯାଇଥିଲା ।ଗୋପ ଅଞ୍ଚଳରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରି କସ୍ତୁରୀବାଳା ସୋସିୟଲ ଫାଉଣ୍ଡେସନ ଅଧକ୍ଷା ଙ୍କୁ ସମସ୍ତ ମହଲରୁ ସାଧୁବାଦ ଜ୍ଞାପନ କରାଯାଇଛି l ଶିବିର କୁ ସୁଚାରୁରୂପେ ପରିଚାଳନା କରିଥିଲେ ସଂଗ୍ରାମ କେଶରୀ ଭୋଳ, ବୈଲୋଚନ ସାହୁ, ପ୍ରଦୀପ୍ତ କୁମାର ସିଂ, ଧର୍ମେନ୍ଦ୍ର ସିଂ, ଯୋଗେନ୍ଦ୍ର ବେହେରା, ଅଜୟ ଜେନା ବରିଷ୍ଟ ବ୍ୟକ୍ତି ବିଶେଷମାନେ ଶିବିର ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *